‘ସ୍ୱାମୀ ଛାଡି ଅଙ୍ଗନୱାଡି’ ବକ୍ତବ୍ୟ ପାଇଁ ଦୁଃଖପ୍ରକାଶ କଲେ ମନ୍ତ୍ରୀ ଦାମୋଦର ରାଉତ : କହିଲେ ଭୁଲ ବୁଝାମଣା ସୃଷ୍ଟି କରାଯାଇଥିବାରୁ ମର୍ମାହତ

42

କନକ ବ୍ୟୁରୋ : ‘ସ୍ୱାମୀ ଛାଡି ଅଙ୍ଗନୱାଡି’ ପାଇଁ ଦୁଃଖପ୍ରକାଶ କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି . ତାଙ୍କ କଥାକୁ ତିଳରୁତାଳ କରାଯାଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି । ସେଥିରେ ସେ ମର୍ମାହତ । ଏହି ବକ୍ତବ୍ୟ କାହା ମନରେ ବ୍ୟଥା ସୃଷ୍ଟି କରିଥିଲେ ଦୁଃଖିତ ବୋଲି କହିଛନ୍ତି ଦାମ । ସେ କହିଛନ୍ତି ଲୋକକଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି । ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବି ସମାଲୋଚନା କରିଛନ୍ତି ।

ସେ କହିଛନ୍ତି , କୌଣସି ଜାତୀୟ ଦଳର ନେତ୍ରୀ ଯେଭଳି ଭାଷା ପ୍ରୟୋଗ କରିଛନ୍ତି, ତାର ଉତ୍ତର କଣ ହେବ ତାହା ସାଧାରଣ ଲୋକ ବିଚାର କରିବେ । କୌଣସି ପ୍ରସଙ୍ଗରେ ଉଦାହରଣ ଦିଆଗଲେ ବ୍ୟକ୍ତଗିତ ସ୍ତରକୁ ନିଆଯାଏ ନାହିଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କଟୁ ଭାଷାରେ ସମାଲୋଚନା କରାଗଲେ ଯଦି କିଛି ଅସୁବିଧା ନାହିଁ ତାହାହେଲେ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି ଦାମ । ଅଙ୍ଗନୱାଡି ଦିଦିଙ୍କୁ ନେଇ ମନ୍ତ୍ରୀ ଦାମୋଦର ରାଉତ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ମନ୍ତ୍ରୀଙ୍କୁ ଘେରିଥିଲା ବିଜେପି । ଏହା ପରେ ଅଙ୍ଗନୱାଡି କର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ଘରେ ଧସେଇପଶିବାକୁ ଉଦ୍ୟମ କରାଯାଇଥିଲା ।