କନକ ବ୍ୟୁରୋ : ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କଘର ଆଗରେ ବଢିଲାସୁରକ୍ଷା । ପୁଲିସ ଛାଉଣୀରେ ପରିଣତ ହୋଇଛି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସରକାରୀ ବାସଭବନ । ଅଙ୍ଗନୱାଡି କର୍ମୀଙ୍କୁ ନେଇ ଦାମୋଦର ରାଉତଙ୍କ ଯେଉଁ ବିବାଦୀୟ ବୟାନ ଦେଇଛନ୍ତି ତା ପରେ ଘର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । କାରଣ ଦାମଙ୍କ ବୟାନକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ୪ଟି ଜୋନରୁ ପ୍ରାୟ ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି । ସେହି ଭୟରେ କମିସନରେଟ ପୁଲିସ ପକ୍ଷରୁ ମନ୍ତ୍ରୀ ଦାମ ରାଉତଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସ୍ୱାମୀ ଛାଡି ଅଙ୍ଗନୱାଡି ଦାମ ରାଉତଙ୍କ ଏଭଳି ବିବାଦୀୟ ବୟାନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଯଦି ଦାମ ରାଉତ ଏପରି କହିଥିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବୋଲି କହିଛନ୍ତି ବିଜେଡିର ଆଉ ଜଣେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।
ଏପରିକି ରାଜନୀତିରେ ଲକ୍ଷଣରେଖା ଡେଇଁବା ଅନୁଚିତ ବୋଲି ସୂର୍ଯ୍ୟପାତ୍ର ପରାମର୍ଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଦାମ ରାଉତଙ୍କୁ କାଠଗଡରେ ଛିଡା କରାଇଛନ୍ତି ବିରୋଧୀ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ନବୀନଙ୍କ ବିନା ଇଂଗିତରେ କୌଣସି ପତ୍ର ହଲେନି । ତେଣୁ ନବୀନଙ୍କ ଇଂଗିତରେ ଦାମ ଏଭଳି ବୟାନ ଦେଇଥିବା ଜୁଏଲ ଅଭିଯୋଗ କରିଛନ୍ତି ।