କନକ ବ୍ୟୁରୋ : ରାଜନୀତିର ବିକଳ ବୟାନ୍ । ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ ଦାମୋଦର ରାଉତ । ବିଜେପି ନେତ୍ରୀଙ୍କୁ ଆକ୍ଷେପ କରିବାକୁ ଯାଇ, ଅଙ୍ଗନୱାଡି କର୍ମୀଙ୍କୁ ଅପମାନିତ କଲା ଭଳି ଏକ ବୟାନ ଦେଇଥିଲେ ଡକ୍ଟର ଦାମ ରାଉତ । ଯାହାକୁ ଆଜି ସମାଲୋଚନା କରିବା ସହ ମନ୍ତ୍ରୀ ଦାମ ରାଉତଙ୍କୁ ପାଗଳ ବୋଲି କହିଛନ୍ତି ବିଜେପି ନେତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯାଜପୁରରେ ମନ୍ତ୍ରୀ ଦାମ ରାଉତ-ବିଜେପି ନେତ୍ରୀଙ୍କୁ କଟାକ୍ଷ କରି କହିଥିଲେ-ସ୍ୱାମୀ ଛାଡ଼ି ଅଙ୍ଗନୱାଡି । ହେଲେ ଆଜି ଯେତେବେଳେ ଏହି ମନ୍ତବ୍ୟକୁ ଚାରିଆଡୁ ସମାଲୋଚନା ହେଲା, ୟୁ-ଟର୍ଣ୍ଣ ମାରିଛନ୍ତି ଡକ୍ଟର ଦାମୋଦର ରାଉତ ।