ଇତିହାସ କହୁଛି ନବୀନଙ୍କ ଶାସନ ସମୟରେ ତିଷ୍ଠି ପାରି ନାହିଁ ଆଞ୍ଚଳିକ ଦଳ, ଏବେ ଦାମଙ୍କ ନୂଆ ଦଳ ପାଳି ? 

Advertisment
ଇତିହାସ କହୁଛି ନବୀନଙ୍କ ଶାସନ ସମୟରେ ତିଷ୍ଠି ପାରି ନାହିଁ ଆଞ୍ଚଳିକ ଦଳ, ଏବେ ଦାମଙ୍କ ନୂଆ ଦଳ ପାଳି ? 

କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମୋଦର ରାଉତ । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ନୂଆଦଳ ଗଢ଼ିବା ନେଇ ପ୍ରତିକ୍ରିୟା ରଖୁଥିଲେ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବିଜୁଙ୍କ ନାଁରେ ଗଢ଼ିଛନ୍ତି ବିଜୁ ସମତାକ୍ରାନ୍ତି ଦଳ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ ଆଉ ମାତ୍ର କେଇ ମାସ ପରେ ୨୦୧୯ ନିର୍ବାଚନ ହେବ । ତେଣୁ ରାଜ୍ୟ ରାଜନୀତିରେ ଏବେ ହଟ ଚମଟ ସୃଷ୍ଟି ହୋଇଛି । କାରଣ ଦାମଙ୍କ ଦଳ ବିଜେଡ଼ିକୁ ଦେଇ ପାରେ ବଳ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

publive-imageଓଡ଼ିଶାରେ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବା କିଛି ନୂଆ ନୁହେଁ । କାରଣ ୧୯୯୭ରୁ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୧୮ବର୍ଷ ହେଲାଣି କ୍ଷମତାରେ ଅଛି । କେବଳ ବିଜୁଙ୍କ ନାଁରେ ଗଠିତ ଆଞ୍ଚଳିକ ଦଳକୁ ଯେ ଓଡ଼ିଶାରେ ସଫଳତା ମିଳିଛି ତା ନୁହେଁ, ଅତୀତରେ ଅନେକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି । ଯାହାର ଉଦାହରଣ ସ୍ୱାଧିନତା ପରେ ପ୍ରଥମ ନିର୍ବାଚନ ୧୯୫୨ରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ‘  । ୧୯୬୭ରେ କଂଗ୍ରେସରୁ ଅଲଗା ହୋଇ ହରେକୃଷ୍ଣ ମହତାବଙ୍କ ‘ଜନ କଂଗ୍ରେସ‘ ଦଳ । ୧୯୭୧ରେ ବିଜୁ ପଟ୍ଟନାୟକଙ୍କ ନାମରେ ଉତ୍କଳ କଂଗ୍ରେସ ଭଳି ଦଳ ଗୁଡ଼ିକ ଦବଦବା ରହିଥିଲା ।  କିନ୍ତୁ ଦାମଙ୍କ ନୂଆ ଦଳ ପୁଣି ବିଜୁଙ୍କ ନାଁରେ ତାହା ରାଜ୍ୟବାସୀ କେତେ ଆପଣାଇବେ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି ।

publive-imageସବୁଠାରୁ ବଡ଼କଥା ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବା ପାଇଁ ଏହି ଦଳ ଗଢ଼ା ହୋଇଛି ବୋଲି ବାରାଦୀପ ବିଧାୟକ ଦାମଦୋର ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏହି ଦଳ ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଭାର ମଙ୍ଗ ଧରିଲେ ଖୋଦ୍ ଦାମ ବାବୁ । ଆଉ ଏବେ ଦଳ ପ୍ରସ୍ତୁତ ହୋଇଛି ରାଜ୍ୟରେ କ୍ଷମତାସୀନ୍ନଥିବା ବିଜୁ ଜନତା ଦଳକୁ ମାତ୍ ଦେବା ପାଇଁ  । କିନ୍ତୁ ରାଜ୍ୟରେ ପୂର୍ବରୁ ଅନେକ ଆଞ୍ଚଳିକ ଦଳ ଗଢ଼ି ଉଠିଥିଲେ ମଧ୍ୟ  ବିଜେଡ଼ି ଆଗରେ ତିଷ୍ଠି ପାରି ନାହାନ୍ତି ।

dama-naveenସେହିପରି ଏବେ ବିଜୁଙ୍କ ନାଁରେ ଦାମ ବାବୁ ଗଢ଼ିଥିବା ବିଜୁ ସମତାକ୍ରାନ୍ତି ଦଳ ରାଜ୍ୟ ରାଜନୀତିରେ କେତେବାଟ ତିଷ୍ଠିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଦାମଙ୍କ ଏହି ଦଳ ବିଜେଡ଼ିକୁ ଫାଇଦା ଦେବ ନା ପକାଇବ ପ୍ରଭାବ ତାହାକୁ ନେଇ ରାଜ୍ୟ ରାଜନୀତିରେ ହଟ ଚମଟ ସୃଷ୍ଟି ହୋଇଛି । କାରଣ ଦୀର୍ଘ ୪୦ ବର୍ଷ ଧରି ନିଜ ଅଞ୍ଚଳରେ ପତିଆରା ରଖିଥିବା ଦାମ ରାଉତଙ୍କୁ ବିଜେଡ଼ି କଡ଼ା ଟକ୍କର ଦେବା ପାଇଁ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଦାମଙ୍କ ଗଡ଼ରେ ବିଜେଡ଼ିକୁ ମାତ୍ ଦେବା ପାଇଁ ଦାମ ତାଙ୍କର ପୂରା ଦମ୍ ଲଗାଇଦେବେ ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe