କନକ ବ୍ୟୁରୋ : ବିଜେଡିରୁ ବିଦା ହୋଇଥିବା ଦୁଇ ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ନେତା ବିଜେଡିର ଚରମ ଶତ୍ରୁ ପାଲଟିଥିଲେ। ଦଳରୁ ଗଲା ପରେ ବିଜେଡି ନୀତି ଓ ନେତୃତ୍ବ ଉପରେ ଭୀଷଣ ବର୍ଷୁଥିଲେ। ଗଣମାଧ୍ୟମରେ ଶିରୋନାମାରେ ରହୁଥିଲେ। ଉଭୟ ବିଜେପିରେ ଯୋଗ ଦେଇ ଦଳୀୟ ଟିକେଟ୍ ପାଇବାରେ ସକ୍ଷମ ହୋଇଥିଲେ।
କିନ୍ତୁ ସମ୍ମୁଖ ଲଢ଼େଇରେ ସଫଳ ହୋଇପାରିନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଦାମ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/DAMA-3.jpg)