ମାଛ ଖାଇବା ସଉକ ! ନକଲି ଚାବିରେ ନଦୀବନ୍ଧର ଗେଟ ଖୋଲିଲେ, ଆଖି ପିଛୁଳାକେ ଶହ ଶହ ଏକର ଚାଷ ଜମି ଉପରେ ମାଡି ଗଲା ବନ୍ୟା ଜଳ

27

କନକ ବ୍ୟୁରୋ : ମାଛ ପାଇଁ ଦୁବୃର୍ତଙ୍କ ଅଭାବନୀୟ କାଣ୍ଡ । ନକଲି ଚାବିରେ ଖୋଲିଦେଇଛନ୍ତି ନଦୀ ଉପରେ ଥିବା ବନ୍ଧର ସୁଇସ ଗେଟ୍ । ଫଳରେ ଶହ ଶହ ଏକର ଜମି ଉପରେ ମାଡି ଯାଇଛି ବନ୍ୟାଜଳ । ବାଲେଶ୍ୱର ଜିଲ୍ଲା ଗୋପିନାଥପୁରରେ ଜଳସେଚନ ସୁବିଧା ପାଇଁ ବୁଢାବଳଙ୍ଗ ନଦୀ ଉପରେ ଏହି ବନ୍ଧ ନିର୍ମାଣ କରାଯାଇଛି । ଏଥିରେ ଲାଗିଥିବା ସୁଇସ ଗେଟ୍  ପରିଚାଳନା ପାଇଁ ସ୍ଥାନୀୟ ସୁରେଶ ଚନ୍ଦ୍ର ମଲିକଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ମାଛଚାଷ ଲିଜ୍ ପରେ ସୁରେଶଙ୍କୁ ସୁଇସ ଗେଟ୍ ପାଖକୁ ଲିଜ୍ଧାରୀ ପଶିବାକୁ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି ।

ଏପଟେ ବନ୍ୟା ପରେ ମଧ୍ୟ ଗେଟ୍ ବନ୍ଦ ନକରିବାରୁ ଏବେ ମଧ୍ୟ ପ୍ରାୟ ୬ଶହ ଏକର ଚାଷଜମି ପାଣି ଭିତରେ ବୁଡି ରହିଛି । ସରପଞ୍ଚଙ୍କ ଜାଣତରେ ଏହି ଗେଟ୍ ଖୋଲାଯାଇଥିବା ଲିଜ୍ ଧାରୀ କହିଛନ୍ତି । ଅନ୍ୟପଟେ ବିଡିଓଙ୍କ ନିର୍ଦ୍ଦେଶ ଆସିଲେ ହିଁ ଗେଟ୍ ବନ୍ଦ ହେବ ବୋଲି କୁହାଯାଉଛି । ଏହାସହ ନକଲି ଚାବିରେ ଗେଟ୍ ଖୋଲାଯାଇଥିବା ସେ ସ୍ୱୀକାର କରିଥିଲେ ମଧ୍ୟ ଜଳସେଚନ ବିଭାଗ ଏନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।