ଦଳିତ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ, ପରିଶ୍ରା ପିଇବାକୁ ବାଧ୍ୟ କଲେ । ଉତ୍ତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା ।

344

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପୁଲିସ ଓ ଆଇନ ପ୍ରତି ଲୋକଙ୍କୁ ମନରୁ ଡର ଉଭେଇ ଯାଇଛି । ଲଳିତପୁରରୁ ଆସିଛି ଏପରି ଏକ ଖବର । ଲଳିତପୁର ନିକଟ ରୋଡା ଗାଁର ଜଣେ ୬୫ ବର୍ଷିୟ ଦଳିତ ବୃଦ୍ଧଙ୍କୁ ଗାଁର କିଛି ମୁଷ୍ଟିମେୟ ଲୋକ ନିସ୍ତୁକ ପିଟିବା ସହ ପରିଶ୍ରା ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନୁ ଯାଦବକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଲାଇଛି ।

ପୂର୍ବରୁ ବୃଦ୍ଧଙ୍କ ପୁଅକୁ ଏକ କୁରାଢିରେ ଆକ୍ରମଣ କରିଥିଲା ସୋନୁ ଯାଦବ । ଏ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ଏଥିରେ ରାଗିଯାଇ ସୋନୁ ଯାଦବ ବୃଦ୍ଧକୁ ଡାକି ପରିଶ୍ରା ପିଇବାକୁ ବାଧ୍ୟ କରି ମାମଲା ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିଲେ । ପରିଶ୍ରା ପିଇବାକୁ ମନା କରିବାକୁ ଏକ ବାଡି ସୋନି ଓ ତାର ସହଯୋଗୀ ନିସ୍ତୁକ ମାଡ ମାରିଥିଲେ । ପ୍ରବଳ ମାଡ ଯୋଗୁଁ ବୃଦ୍ଧ ଅନ୍ୟଲୋକଙ୍କ ସହାୟତାରେ ଥାନାକୁ ଆସି ନ୍ୟାୟ ଭିକ୍ଷା କରିଛନ୍ତି ।