ଦଳିତଙ୍କୁ ୬ ବର୍ଷ ପୂର୍ବେ ଜିଅନ୍ତା ଜଳାଇ ଦିଆଯାଇଥିଲା, ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ

ଘର ଭିତରେ ବନ୍ଦ କରି ବାହାରୁ ତାଲା ଲଗାଇ ପୁରା ଘରେ ନିଆଁ ଲଗାଇ ଦିଆଯାଇଥିଲା ।

107

କଥିତ ଅବୈଧ ସମ୍ବନ୍ଧ ଅଭିଯୋଗରେ ୬ବର୍ଷ ପୂର୍ବେ ଜିଅନ୍ତା ଜଳାଇଦିଆଯାଇଥିବା ଦଳିତ ବ୍ୟକ୍ତିଙ୍କ ମାମଲାରେ ଉନାର ବିଶେଷ ଅଦାଲତ ଫଇସଲା ଶୁଣାଇଛନ୍ତି । କୋଲି ସମୁଦାୟରୁ ଆସିଥିବା ୧୧ଜଣ ଆରୋପୀଙ୍କୁ ହତ୍ୟା, ଅପରାଧିକ ଷଡଜନ୍ତ୍ର ଓ କ୍ରୁରତାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଡିସିନାଲ ସେସନ୍ସ ଜଜ୍ ସ୍ପଷ୍ଟ କରିଛନ୍ତି କି, ଏହି ମାମଲାରେ ଆଜୀବନ କାରାଦଣ୍ଡ ଅଛି । ଅନକୋଲଲି ଗାଁରେ ୧୩ ଡିସେମ୍ବର, ୨୦୧୨ରେ ୨୭ ବର୍ଷୀୟ ଦଳିତ, ଲାଲଜୀ ସରବୈୟାଙ୍କ ହତ୍ୟା କରିଦିଆଯାଇଥିଲା । ତାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ତାଲା ଲଗାଇ ପୁରା ଘରେ ନିଆଁ ଲଗାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ସରବୈୟାଙ୍କ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଝିଅ ସହିତ ବୈବାହିକ ପରର ସମ୍ବନ୍ଧ ରଖିଥିଲେ । ଯେତେବେଳେ ଝିଅଟି ଘରୁ କୁଆଡେ ପଳାଇଲା, ତେବେ ଅଭିଯୁକ୍ତଙ୍କ ପରିବାରକୁ ଏହା ପଛରେ ସରବୈୟାର ହାତ ଥିବା ସନ୍ଦେହ ହେଲା । ସେମାନେ ସରବୈୟାର ହତ୍ୟା ଯୋଜନା କରିଥିଲେ । ଅଦାଲତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୫୪,୦୦୦ ଟଙ୍କାର ଜରିମାନା ବି ଲଗାଇଛନ୍ତି ।