କନକ ବ୍ୟୁରୋ : ମାନବ ଚୋରା ଚାଲାଣ ମାମଲାର ସଜା କାଟୁଥିବା ପ୍ରସିଦ୍ଧ ଗାୟକ ଦଲେର ମେହେନ୍ଦିଙ୍କୁ ପଞ୍ଜାବ –ହରିଆଣା ହାଇକୋର୍ଟ ବଡ ଅସ୍ୱସ୍ତି ଦେଇଛନ୍ତି । ୧୯ ବର୍ଷ ପୁରୁଣା ମାମଲାରେ ଦଲେରଙ୍କୁ ମିଳିଥିବା ଦଣ୍ଡକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏନେଇ ସୂଚନା ଦେଇଛନ୍ତି ଦଲେରଙ୍କ ଓକିଲ ସୁମନଜିତ୍ କୌର । ସେ କହିଛନ୍ତି କି ବିନା ସାକ୍ଷ ପ୍ରମାଣରେ ଦଲେରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

Advertisment

କହିରଖୁ କି ପୋଲିସ ତରଫରୁ ବକ୍ସିସ୍ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ୨୦୦୩ ମସିହାରେ ଦଲେରଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ମାମଲାର ଶୁଣାଣି କରି ତଳ କୋର୍ଟ ଦଲେର ମେହନ୍ଦୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଅନ୍ୟପଟେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦଲେରଙ୍କ ଭାଇ ସମସେର ସିଂଙ୍କର ୨୦୧୭ ମସିହାରେ ମୃତ୍ୟୁ ହୋଇଯାଇଛି ।

ଦଲେର ମେହନ୍ଦୀ ଓ ତାଙ୍କ ଭାଇ ସମସେରଙ୍କ ନାମରେ ଅଭିଯୋଗ ଥିଲା କି ସେମାନେ ବିଦେଶକୁ ଚୋରାରେ ମାନବ ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ।