ସମ୍ବଲପୁର ଦଳେଇପଡ଼ା ଘାଟରେ ଅଘଟଣ । ମହାନଦୀରେ ଭାସିଗଲେ ବାପା,ପୁଅ ଓ ଝିଅ ।

126

କନକ ବ୍ୟୁରୋ: ଭସାଇନେଲା ମହାନଦୀ । ସମ୍ବଲପୁର ମହାନଦୀରେ ଅଘଟଣ ଘଟିଛି । ସମ୍ବଲପୁରର ଦଳେଇପଡା ଘାଟରେ ଗୋଟିଏ ପରିବାରର ବାପା, ପୁଅ ଓ ଝିଅ ଭାସିଯାଇଥିଲେ । ତେବେ ଉଦ୍ଧାର କାର୍ଯ୍ୟକୁ ଓହ୍ଳାଇଥିବା ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପ୍ରଥମେ ପୁଅକୁ ଉଦ୍ଧାର କରି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିିଛନ୍ତି । ଏହା ପରେ ପରେ ତାଙ୍କ ବାପାଙ୍କୁ ମଧ୍ୟ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଝିଅଙ୍କୁ ଏବେ ବି ଖୋଜାଖୋଜି ଚାଲିଛି । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାରର ଏହି ୩ଜଣ ଗାଧେଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ମହାନଦୀରେ ପ୍ରବଳ ପାଣି ସ୍ରୋତ ଥିବା ବେଳେ ୩ଜଣ ଯାକ ଭାସି ଯାଇଥିଲେ ।