ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ ।

152

କନକ ବ୍ୟୁରୋ: ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ । ମଙ୍ଗଳବାର ସେ କ୍ରିକେଟରୁ ଅବସର ନେବା ସହିତ ସମସ୍ତ ପ୍ରକାର କ୍ରିକେଟକୁ ବାଏ ବାଏ କହିଛନ୍ତି । ତେବେ  ଡେଲ ଷ୍ଟେନ ଦୀର୍ଘ ବର୍ଷ ଧରି ଦକ୍ଷିଣ ଆଫ୍ରିକା ଦଳରୁ ପ୍ରତିନିଧିତ୍ୱ କରିଆସୁଥିଲେ । ଟେଷ୍ଟ କ୍ରିକେଟ୍ ହେଉ ଅବା ଦିନିକିଆ ସବୁଥିରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଥିଲା । ହେଲେ ଏବେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।  ଆଫ୍ରିକାର ଏହି ଦ୍ରୁତ ବୋଲର ତାଙ୍କ ଦେଶ ପକ୍ଷରୁ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ୧୨୫ଟି ଦିନିକିଆ ଓ ୪୭ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଆଉ ଆଜି ଏହି ୩୮ ବର୍ଷୀୟ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।