ତିବ୍ଦତ୍ ଧର୍ମଗୁରୁ ଦଲାଇଲାମା ଡ଼ାକ୍ତରଖାନାରେ ଭର୍ତ୍ତି ! ଚୀନ୍ କହିଲା , ଉତ୍ତରାଧିକାରୀ ପାଇଁ ଆମର ଅନୁମତି ନେବା ନିହାତି ଜରୁରୀ । 

246

ଚୀନ୍ ତରଫରୁ ବୁଧବାର କୁହାଯାଇଛି ତିବ୍ଦତ୍ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କ ପାଇଁ ବେଜିଙ୍ଗରୁ ଅନୁମତି ନେବା ନିହାତୀ ଜରୁରୀ । ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବା କାରଣରୁ ଦଲାଇଲାମାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ୮୩ ବର୍ଷୀୟ ଏହି ଆଧ୍ୟାତ୍ମିକ ଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି ।

ଯେତେବେଳେ ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଲୁ କାଙ୍ଗଙ୍କୁ ମିଡିଆ ପଚାରିଥିଲା କି କ’ଣ ଦଲାଇଲାମାଙ୍କ ଉତ୍ତରାଧିକାରୀ ଘୋଷଣା କରିବାର କୌଣସି ଯୋଜନା ରହିଛି? ଏହି ପ୍ରଶ୍ନରେ ସେ କହିଥିଲେ ଯେ ପୁନଃଜନ୍ମ ବ୍ୟବସ୍ଥାନୁସାରେ ଚୟନ କରାଯାଇଥିବା ଉତ୍ତରାଧିକାରୀଙ୍କୁ ଚୀନର ମଞ୍ଜୁରୀ ହେବା ନିହାତି ଆବଶ୍ୟକ । ଆପଣଙ୍କୁ କହିରଖୁଛୁ କି ଗତମାସରେ ହିଁ ଦଲାଇଲାମା କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଭାରତରୁ ହିଁ ହେବେ ଏବଂ ଚୀନ୍ ଦ୍ୱାରା ଚୟନ କରାଯାଇଥିବା ବ୍ୟକ୍ତିଙ୍କୁ ମାନ୍ୟତା ଦିଆଯାଇନାହିଁ । ତେବେ ଚୀନ୍ ଏହି ବୟାନକୁ ଖାରଜ କରିଦେଇଛି ।

କାଙ୍ଗ୍ କହିଛନ୍ତି, ମୁଁ ୧୪ ତମ ଦଲାଇଲାମାଙ୍କ ସ୍ଥିତିକୁ ନେଇ ଅବଗତ ନାହିଁ । ପୁନଃଜନ୍ମର କଥା କହିଲେ ଏହା ତିବ୍ଦତୀ ବୌଦ୍ଧଙ୍କର ମୂଳଭୁତ ବ୍ୟବସ୍ଥା । ଏହା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏବ ରୀତିନୀତି । ଏହାକୁ ସମ୍ମାନ ଦେଇ ସଂରକ୍ଷିତ କରିବା ପାଇଁ ଆମ ପାଖରେ ସଂବନ୍ଧିତ ନିୟାମକ ରହିଛି ।