ସରକାରଙ୍କ ନିର୍ଦେଶର ଚାଲିଛି ଖୋଲା ଉଲ୍ଲଘଂନ : କେଜି ପିଛା ୧୩୦ରୁ ୧୩୬ ଟଙ୍କାରେ ବିକ୍ରି ହେଉଛି ହରଡ ଡାଲି

Advertisment
ଆସନ୍ତାକାଲି ଠାରୁ କମିବ ଡାଲି ଦର

ବଜାରରେ ଏବେ ଚଢା ଦରରେ ବିକ୍ରି ହେଉଛି ଡାଲି । ଯାହାକୁ ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି । ମାର୍କେଟର ହରଡ ଡାଲି କେଜି ପିଛା ୧୨୦ଟଙ୍କାରୁ ଅଧିକରେ କେହି ବିକ୍ରି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ । ଯାହାର ସତ୍ୟତା ଜାଣିବାକୁ କଟକ ସହରରେ ଥିବା ବିଭିନ୍ନ ମଣ୍ଡି ଏବଂ ମାଲଗୋଦାମରେ ପହଂଚିଥିଲା କନକ ନ୍ୟୁଜ ଟିମ୍ । ଯେଉଁଠି ଆମେ ଦେଖିଥିଲୁ କେନ୍ଦ୍ର ସରକାରଙ୍କ ନିର୍ଦେଶର କିଭଳି ଚାଲିଛି ଖୋଲା ଉଲ୍ଲଘଂନ । ବିଭିନ୍ନ ଗୋଦାମରେ ହରଡ ଡାଲି କେଜି ପିଛା ୧୩୦ରୁ ୧୩୬ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବୁଟ ଡାଲିର ଦର ୭୨ ଟଙ୍କା , ମସୁରର ୭୬  ଏବଂ ମଟର ଡାଲିର ଦର  ୩୫ଟଙ୍କା ରହିଛି ।  ସେପଟେ ଖୁଚୁରା ବ୍ୟବସାୟୀମାନେ ହରଡ ଡାଲି କେଜି ପିଛା ୧୩୦ ଟଙ୍କାରେ କିଣୁଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe