ଡରାଇଲାଣି ହରଡ଼ ଡାଲି ଦର: ୬ ମାସରେ ବଢିଲାଣି ୪୦ ଟଙ୍କା

817

କନକ ବ୍ୟୁରୋ: ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ୬ମାସ ଭିତରେ ୪୦ଟଙ୍କା ବଢିଲାଣି । ଜାନୁଆରୀରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା । ପରେ ଏହା ବଢି ଜୁନ ମାସରେ ୧୪୦ ଟଙ୍କାରେ ପଂହଚିଛି । ଡାଲି ଦର ବଢ଼ିବା ପାଇଁ ସରକାରଙ୍କ ପରିଚାଳନାଗତ ତ୍ରୁଟିକୁ ଦାୟୀ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ ।

ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରା ଲାଗିଲାଣି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ରହିଛି ହରଡ ଡାଲିର । ମାତ୍ର ୬ ମାସ ଭିତରେ ହରଡ ଡାଲି କିଲୋ ପିଛା ୪୦ ଟଙ୍କା ବଢିବା ଫଳରେ ଖାଉଟିଙ୍କ ମନରେ ଛନକା ପଶିଛ । ହରଡ ଡାଲି ମୁଖ୍ୟତଃ କର୍ଣ୍ଣାଟକ , ଛତିଶଗଡ ଓ ମହାରାଷ୍ଟ୍ରରୁ ଆସିଥାଏ । କିନ୍ତୁ ଦର ହୁ ହୁ ହୋଇ ବଢିବା ଚିନ୍ତାର କାରଣ ପାଲଟିଛି । ଦେଶରେ ଡାଲି ଉତ୍ପାଦନ ୧୦ ପ୍ରତିଶତ କମିଛି । ତେଣୁ ଗୋଦାମରେ ଡାଲିର ଅଭାବ ଦେଖାଦେଇଛି ବୋଲି କୁହାଯାଉଛି । ପ୍ରତିମାସରେ ହରଡ ଡାଲିଦର ୧୦ରୁ ୧୨ ଟଙ୍କା ବଢି ୧୪୦ ଟଙ୍କାରେ ପହଂଚିଛି । ସେପଟେ ଓଡିଶା ଖାଉଟି ମହାଂସଘ କହିଛି, ଡାଲି ଦର ବୃଦ୍ଧି ପାଇଁ ସରକାରଙ୍କ ପରିଚାଳନାଗତ ତ୍ରୁଟି ଦାୟୀ ।

ଜାନୁଆରୀରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା । ପରେ ଏହା ବଢି ଜୁନ ମାସରେ ୧୪୦ ଟଙ୍କାରେ ପଂହଚିଛି । କଟକ ଚାମ୍ବର ଅଫ କମର୍ସର ତଥ୍ୟ ଅନୁସାରେ,
ହରଡ଼ ଡାଲି

ମାସ                  ପାଇକାରୀ ମୂଲ୍ୟ
ଜାନୁଆରୀ           ୧୦୦ ଟଙ୍କା
ଫେବୃଆରୀ         ୧୦୪ରୁ ୧୦୫
ମାର୍ଚ୍ଚ                  ୧୦୭ରୁ ୧୦୮
ଏପ୍ରିଲ                ୧୧୦-୧୧୫
ମେ                   ୧୧୫-୧୨୦
ଜୁନ                  ୧୪୦ ଟଙ୍କା ବଢିଛି ।

ବର୍ତମାନର ପରିସ୍ଥିତି ଲାଗିରହିଲେ ଆଗକୁ ବି ଡାଲି ଦର ବଢିବା ସମ୍ଭାବନା ରହିଛି । ରାଜ୍ୟର ପ୍ରମୁଖ ବଜାର କଟକର ମାଲଗୋଦାମରେ ଦୈନିକ ହରଡ ଡାଲି ୯୦ ଟନ କାରବାର ହୋଇଥାଏ । ଅନ୍ୟ ଜିଲ୍ଲାକୁ ବି ହରଡ ଡାଲି ଯାଇଥାଏ । ନୂଆ ଡାଲି ଉତ୍ପାଦନ ନ ହେଲେ ମୂଲ୍ୟ ବୃଦ୍ଧି ସମ୍ପର୍କକେ କିଛି କୁହାଯାଇପାରିବ ନାହିଁ ବୋଲି କୁହାଯାଉଛି । ତେବେ କେନ୍ଦ୍ର ସରକାର କୌଣସି ପଦ କ୍ଷେପ ନ ନେଲେ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ କହିଛନ୍ତି ବ୍ୟବସାୟୀ ।

ପୂର୍ବରୁ ୟୁପି ଓ ଆନ୍ଧ୍ରରୁ ଡାଲି ଆସୁଥିଲା । ଏବେ ସେଠାରେ ଉତ୍ପାଦନ ବନ୍ଦ ରହିଛି । ଏବେ କର୍ଣ୍ଣାଟକ , ଛତିଶଗଡ ଓ ମହାରାଷ୍ଟ୍ରରେ ଉତ୍ପାଦନ ନ ହେଲେ ଦର ନିୟନ୍ତ୍ରଣ କଷ୍ଟକର ହୋଇପଡିବ ବୋଲି କୁହାଯାଉଛି ।