କନକ ବ୍ୟୁରୋ: ନୂଆ ରୂପ ନେଉଛି ବିଜୁ ବାବୁଙ୍କ ଡାକୋଟା । କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି । ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି । ସୋମବାର ଭିତରେ ଡାକୋଟାର ଫ୍ୟୁଜଲାଜ ଲଗାଯିବ । ଏହାପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ । ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି । ଏବେ ଏହାର ମରାମତି ଓ ରଙ୍ଗ ଦିଆ କାମ ଚାଲିଛି । ମାର୍ଚ୍ଚ ୫ତାରିଖ ସୁଦ୍ଧା ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ରଖାଯିବ । ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହଞ୍ଚିଥିଲା । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଭୁବନେଶ୍ୱରକୁ ଅଣାଯାଇଥିଲା ଡାକୋଟା ବିମାନ ।
ନୂଆ ରୂପ ପାଉଛି ଡାକୋଟା, କହିବ ବୀରତ୍ୱ କାହାଣୀ
/kanak/media/post_attachments/wp-content/uploads/2023/02/8-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)