କନକ ବ୍ୟୁରୋ: ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଚିଠି ଲେଖିଲା ଦଇତାପତି ନିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଦଇତାପତି ନିଯୋଗ ପକ୍ଷରୁ ଚିଠି ଲେଖି ଦାବି ଜଣାଯାଇଛି । କେନ୍ଦ୍ର ସରକାର ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ରଥଯାତ୍ରା ଆୟୋଜନ ସଂପର୍କରେ ନିଷ୍ପତ୍ତି ନିଆଯାଉ ବୋଲି ଦାବି କରାଯାଇଛି । ତେବେ ଏଥିପାଇଁ ସାମାଜିକ ଦୂରତା ଅବଲମ୍ବନ କରାଯାଇପାରିବ ବୋଲି କହିଛି ଦଇତାପତି ନିଯୋଗ ।
ସେହିପରି ଯଦି ଆବଶ୍ୟକତା ପଡ଼େ ଦଇତାପତି ସେବାୟତ, ପୁଲିସ୍, ଅନ୍ୟ ସେବାୟତ ଏବଂ ରଥଯାତ୍ରା ସିଧାସଳଖ ସଂପୃକ୍ତ ଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଉ । ପୁରୀର ସବୁ ସୀମାକୁ ସିଲ୍ କରାଯାଉ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ରଥଯାତ୍ରା ପ୍ରସାରଣ କରାଯାଉ ବୋଲି ଦାବି କରାଯାଇଛି । ଫଳରେ ଭକ୍ତମାନେ ଘରେ ରହି ରଥଯାତ୍ରା ଦେଖିପାରିବେ । ଆଉ ଶୃଙ୍ଖଳିତ ଓ ନିୟନ୍ତ୍ରିତ ଢଙ୍ଗରେ ରଥଯାତ୍ରା ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/32-7.jpg)