କନକ ବ୍ୟୁରୋ: ବଜାରରେ ଗୋଖାଦ୍ୟ ଓ ଗୋଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ କଞ୍ଚମାଲର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଦୁଗ୍ଧଚାଷୀଙ୍କ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିରେ ୧ ଟଙ୍କା ସରକାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ଥିବା ୨ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ମାନ୍ଦା ସମୟରେ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧ ଚାଷୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ବର୍ଦ୍ଧିତ ରାଶି ଦୁଗ୍ଧ ଚାଷୀମାନଙ୍କୁ ଚଳିତ ମାସରେ ପ୍ରଦାନ କରାଯିବା ସହିତ ଆଗାମି ସେପ୍ଟେମ୍ବର ୨୦୧୯ରୁ ୨୦୨୦ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଦୁଗ୍ଧଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ। ଏହାଦ୍ବାରା ରାଜ୍ୟର ୪ ହଜାର ଦୁଗ୍ଧ ସମବାୟ ସମିତିର ୨ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ।
Follow Us
/kanak/media/post_attachments/wp-content/uploads/2019/03/0.98328200_1508333683_milk-production-300x200.jpg)