କନକବ୍ୟୁରୋ: ଡାଇରିଆ ଚିନ୍ତା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି। ଉପଯୁକ୍ତ ପଦକ୍ଷେପ ନେଇ ସ୍ଥିତି ପ୍ରତି ସତର୍କ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ୬ଟି ବିଭାଗ ପକ୍ଷରୁ ଏହି ଚିଠି ଲେଖାଯାଇଛି। ପଂଚାୟତରାଜ ଓ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ, ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସସି, ଏସଟି ଓ ପଛୁଆବର୍ଗ ବିକାଶ ବିଭାଗ ପକ୍ଷରୁ ମିଳିତ ଭାବେ ଚିଠି ଲେଖାଯାଇଛି। ଏଥିରେ ଡାଇରିଆ ବିରୋଧରେ ଚାଲିଥିବା ଅଭିଯାନ ନେଇ ଅବଗତ କରାଯାଇଛି।
ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଗଷ୍ଟ ଶେଷ ଯାଏଁ ଚାଲିବ। ଏଥିରେ ପ୍ରତି ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ନିଜ ଭିତରେ ସମନ୍ବୟ ରଖି କିପରି ଡାଇରିଆ ବିରୋଧରେ ଲୋକଙ୍କୁ ସଚେତନ କରାଯିବ ଓ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିବ, ସେହି ଦିଗରେ କାର୍ୟ୍ୟକରିବେ। ଯେଉଁ ସବୁ ଅଂଚଳରେ ବ୍ୟାପିବାର ଆଶଙ୍କା ରହୁଛି, ତାକୁ ଆଗୁଆ ଆକଳନ କରି ସେଠାରେ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/44-8.jpg)