କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ଦୈନିକ ଦିଲ୍ଲୀକୁ ଯୋଗାଅ ୪୯୦ ମେଟ୍ରିକ୍ ଟନ୍ ଅକ୍ସିଜେନ

Advertisment
କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ଦୈନିକ ଦିଲ୍ଲୀକୁ ଯୋଗାଅ ୪୯୦ ମେଟ୍ରିକ୍ ଟନ୍ ଅକ୍ସିଜେନ

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ମେଡିକାଲରେ ଅକ୍ସିଜେନ ଅଭାବରୁ ଦୈନିକ ଶହ ଶହ କରୋନା ସଂକ୍ରମିତଙ୍କ ଜୀବନ ଯାଉଛି । ଗୋଟେପଟେ କେନ୍ଦ୍ର ସରକାର ଅକ୍ସିଜେନ ମହଜୁଦ ଥିବା କଥା କହୁଥିବା ବେଳେ ଦିଲ୍ଲୀ ସରକାରଙ୍କ କୋଟା ୪୯୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାରେ ବିଫଳ ହେଉଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ତୁରନ୍ତ ଦୈନିକ ଦିଲ୍ଲୀକୁ ୪୯୦ ମେଟ୍ରିିକ ଟନ୍ ଅକ୍ସିଜେନ ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଅନ୍ୟପଟେ ଏନେଇ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ୪ ଜଣ ରୋଗୀଙ୍କର ଅକ୍ସିଜେନ ଅଭାବର ମୃତ୍ୟୁ ହୋଇଛି । ଯାହା ମଧ୍ୟରେ ଜଣେ ଡାକ୍ତର ବି ଅଛନ୍ତି । ଏହାକୁ ନେଇ ମେଡିକାଲ କର୍ତ୍ତୁପକ୍ଷ କହିଛନ୍ତି କି ଆମକୁ ଅକ୍ସିଜେନ ଯୋଗାଇ ଦିଆଯାଇ ନଥିଲା । ମେଡିକାଲରେ ଦିନ ୧୨ ଟାରେ ଅକ୍ସିଜେନ ଶେଷ ହୋଇଥିବା ବେଳେ ଆମକୁ ୧.୩୦ ରେ ଅକ୍ସିଜେନ ମିଳିଥିଲା । ଫଳରେ ଆମେ ରୋଗୀ ମାନଙ୍କୁ ବଂଚାଇବାରେ ସକ୍ଷମ ହୋଇପାରିଲୁ ନାହିଁ ।

ସେପଟେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋଟର୍ଳରେ କୁହାଯାଇଛି ଯେ ଆମକୁ ଅକ୍ସିଜେନ ଯୋଗାଇବାରେ କେନ୍ଦ୍ର ସରକାର ପ୍ରାଥମିକତା ଦେଉ ନାହାନ୍ତି । ଅକ୍ସିଜେନ ଟ୍ୟାଙ୍କର ପାଇଁ ଆମକୁ ଅନେକ ସଂଘର୍ଷ କରିବାକୁ ପଡୁଛି । ଏହା ଶୁଣିବା ପରେ କୋର୍ଟ କହିଛନ୍ତି କି ପରଦା ପଛରେ କ’ଣ ଚାଲିଛି ତାହା ଆମକୁ ଜାଣିବାକୁ ପଡିବ । ଆଡଭୋକେଟ ବିରାଟ ଗୁପ୍ତା କହିଛନ୍ତି କି ‘ସେ ଜାଣିଛନ୍ତି ୧୨ ଟି ରାଜନୈତିକ ଦଳ ଅକ୍ସିଜେନର କଳାବଜାରୀ କରୁଛନ୍ତି’ ଏସବୁ ଶୁଣିବା ପରେ କୋର୍ଟ କହିଛନ୍ତି କି ଦୈନିକ କେନ୍ଦ୍ର ସରକାର ଦିଲ୍ଲୀକୁ ୪୯୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହାର ଅବହେଳା ହେଲେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe