କନକ ବ୍ୟୁରୋ: ଗଂଜାମ ଜିଲ୍ଲାକୁ ହଜାର ହଜାର ସଂଖ୍ୟକ ପ୍ରବାସୀ ଓଡିଆ ଫେରିଛନ୍ତି । ଅଧିକାଂଶ ବ୍ୟକ୍ତି ସୁରତରୁ ଫେରିଛନ୍ତି । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ଆଉ ସଂଗରୋଧ କେନ୍ଦ୍ର ପାଇଁ ଦୈନଦିନ କାର୍ଯ୍ୟସୂଚି ଜାରି କରିଛି ଗଂଜାମ ଜିଲ୍ଲା ପ୍ରଶାସନ । ସଂଗରୋଧ କେନ୍ଦ୍ରରେ ରହିବା ଅବଧି ସରିବା ପରେ ପ୍ରବାସୀ ଓଡିଆ କୋଭିଡ ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରିପାରିବେ ।

Advertisment

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ସଂଗରୋଧରେ ରହୁଥିବା ବ୍ୟକ୍ତି ସକାଳୁ ଉଠି ନିଜ ନିତ୍ୟକର୍ମ ସାରିବା ପରେ ବ୍ୟାୟମ ବା ଯୋଗ କରିବେ । ଏହାପରେ ସକାଳ ଜଳଖିଆ ଖାଇବେ । ଏହାପରେ ଇଚ୍ଛା ପ୍ରକାଶ କଲେ ସଂଗରୋଧ କେନ୍ଦ୍ରରେ କିଛି କାମ କରିପାରିବେ ପ୍ରବାସୀ ଶ୍ରମିକ । ଯେମିିତି କି ନିଜେ ରହୁଥିବା କ୍ୱାରେନଟିନ୍ ସେଂଟରକୁ ସଫା କରିବା ଏବଂ ଗଛ ଲଗାଇ ପାରିବେ । ସେହିପରି ସାମାଜିକ ଦୂରତା ରଖି ଗୀତ ଗାଇଁ ପରସ୍ପରର ମନୋରଂଜନ କରିପାରିବେ ସଂଗରୋଧରେ ରହୁଥିବା ବ୍ୟକ୍ତି । ଟ୍ୱିଟ୍ କରି କ୍ୱାରେନଟିନ୍ ରୁଟିନ ଜାରି କରିଛି ଗଂଜାମ ଜିଲ୍ଲା ପ୍ରଶାସନ ।