ରାଜ୍ୟରେ ଦ୍ରୁତଗତିରେ ବଢ଼ୁଛି କରୋନା : ଦିନକରେ ୧୦୦୦ ଟପିଲା ସଂକ୍ରମଣ, କେଉଁ ଜିଲ୍ଲାରୁ କେତେ ଚିହ୍ନଟ ?

288

କନକ ବ୍ୟୁରୋ : ରାଜ୍ୟରେ ହଜାରେ ପାର କଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧୦୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୦୯ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୩୪ ରହିଛି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ରୁ ଅଧିକ ଚିହ୍ନଟ ହେଉଛି ଦୈନିକ ସଂକମ୍ରଣ ।

ଖୋର୍ଦ୍ଧାରୁ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ପୁରୀ, ମୟୂରଭଂଜରୁ ୨୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ରହିଛି ୧୨ ଲକ୍ଷ ୯୭ ହଜାର ୧୭୫ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୩ ହଜାର ୧୬୯ ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୮୨୫ ରହିଛି । ଦେଶ ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃ୍ଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ବୁଷ୍ଟର ଟିକାକରଣ ଆରମ୍ଭ ହୋଇଛି ।

ରାଜ୍ୟର କରୋନା ମିଟର : –

୧୦ ଜୁଲାଇ- ୫୭୨
୧୧ ଜୁଲାଇ- ୫୦୯
୧୨ ଜୁଲାଇ-୭୪୩
୧୩ ଜୁଲାଇ- ୮୦୪
୧୪ ଜୁଲାଇ- ୧୦୪୩