ରାଜ୍ୟରେ ୫ ହଜାର ମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୭୬୧ ପଜିଟିଭ, ୫ ମୃତ

ଚିନ୍ତା ବଢାଇଲା ଖୋର୍ଦ୍ଧା ଓ ସୁନ୍ଦରଗଡ; ଶହେ ଉପରେ ୭ ଜିଲ୍ଲା

241

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହୁ ହୁ ହୋଇ ବଢ଼ିବାର ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରୁ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୭୮୫ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି ୧ ହଜାର ୯୭୬ଜଣ । ଦୈନିକ ସଂକ୍ରମଣରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୭୩ ଜଣ ଆକ୍ରାନ୍ତ ଥିବା ବେଳେ ନୂଆପଡ଼ା ୫୩୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୩୨୨, ଝାରସୁଗୁଡ଼ାରୁ ୨୩୪, ବଲାଙ୍ଗୀରରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩,କଟକରୁ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୭ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜିଲ୍ଲାରେ ୫୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ ରହିଛି । ସକ୍ରିୟ ମାମଲା ୨ ହଜାର ୭୮୧ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ । ୨୦ ଦିନ ଭିତରେ ୩୬ ହଜାର ୪୪୮ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ସେହିପରି ଗୋଟିଏ ଦିନରେ କରୋନାରେ ୫ଜଣଙ୍କ ମୃତ୍ୟୁ ହୋଇଛି ।

ସେଥିମଧ୍ୟରୁ ୩ଜଣ ନୂଆଁପଡ଼ାରୁ ଥିବା ବେଳେ କେନ୍ଦୁଝର,ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି । ଏବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧ ହଜାର ୯୫୩ ରହିଛି । ରେଡ ଜୋନରେ ରହିଛି ରାଜ୍ୟର ୧୦ଟି ଜିଲ୍ଲା । ସେଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଓ କଳାହାଣ୍ଡି । ସେହିପରି ୟେଲୋ ଜୋନରେ ରହିଛି ୫ଟି ଜିଲ୍ଲା ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଯାଜପୁର, ନବରଙ୍ଗପୁର ।