ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ : ରାଜ୍ୟରେ ଦିନକରେ ୭୯୧ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡରେ ସର୍ବାଧିକ ୧୪୭, ଖୋର୍ଦ୍ଧାରେ ୧୧୮

327

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେ ୦୬ ଜଣ, ବରଗଡ଼ରେ ୪୮ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୪୬ ଜଣ, ବୌଦ୍ଧରେ ୨ ଜଣ, ଢେଙ୍କାନାଳରେ ୩ ଜଣ ଓ ଜଗତସିଂହପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେବଗଡରେ ଜଣେ, ଗଞ୍ଜାମରେ ୦୯ ଜଣ, ଯାଜପୁରରେ ୧୬ ଜଣ, ଝାରସୁଗୁଡାରେ ୩୧ ଜଣ, କଳାହାଣ୍ଡିରେ ୩୮ ଜଣ, କନ୍ଧମାଳରେ ୪ ଜଣ, କେନ୍ଦ୍ରାପଡାରେ ୧ ଜଣ, କେଉଁଝରରେ ୩୯ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୨୪ ଜଣ, ନବରଙ୍ଗପୁରରେ ୨୩ ଜଣ, ନୟାଗଡରେ ୭ ଜଣ, ନୂଆପଡାରେ ୩୧ ଜଣ, ପୁରୀରେ ୪୩ ଜଣ, ରାୟଗଡାରେ ୧୪ ଜଣ, ସମ୍ବଲପୁରରେ ୪୫ ଜଣ, ସୋନପୁରରେ ୭ ଜଣ, ଷ୍ଟେଟ ପୁଲରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୨୬୬ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୪୨୫୫ଟି ସକ୍ରିୟ ମାମଲା ରହିଛି ।