ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ  : ଆଜି ଆଉ ୧୭୦ ଆକ୍ରାନ୍ତ ଚିହ୍ନଟ; କ୍ବାରେଣ୍ଟାଇନରୁ ୯୯, ସ୍ଥାନୀୟ ଅଞ୍ଚଳରୁ ୭୧

276

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସ୍ଥାନୀୟ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରେ ସର୍ବାଧିକ ୨୭ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୨୩ ଜଣ ଲେଖାଏଁ, ସୁନ୍ଦରଗଡ଼ରେ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟା ଭିତରେ ୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ  ରାଜ୍ୟରେ ବର୍ତମାନ କରୋନା ସଂକ୍ରମିତ ସଂଖ୍ୟା ଏକ ହଜାର ୮ରହିଛି ।

ଦିନକ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୫ ଜଣ, କଟକରୁ ୨୩ ଜଣ, ଦେଓଗଡ଼ରୁ ୩ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୮ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୩ ଜଣ, କୋରାପୁଟ୍‌ରୁ ୨ ଜଣ, ମୟୂରଭଞ୍ଜରୁ ୮ ଜଣ, ନୂଆପଡ଼ାରୁ ୨୭ ଜଣ, ପୁରୀରୁ ୪ ଜଣ, ରାୟଗଡ଼ା‌ରୁ ୨ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୨ ଜଣ ଓ ଷ୍ଟେଟ୍‌ପୁଲରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।