ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ : ଆଜି ଆଉ ୧୪୬ ପଜିଟିଭ; ଖୋର୍ଦ୍ଧାରୁ ୩୫ ଓ କଟକରୁ ୨୫

Advertisment
ଗତ ୨୪ ଘଂଟା ରାଜ୍ୟରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ : ୬୯ ହଜାର ୪୮୦ ନମୁନା ପରୀକ୍ଷା, ପଜିଟିଭ ହାର ୫.୨ ପ୍ରତିଶତ

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଧିରେ ଧିରେ ଉପରକୁ ଉଠୁଛି । କିଛି ଦିନ ହେଲା ଶହେ ଉପରେ ରହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ କରିଛି ସୂଚନା ଓ ଲୋକସଂପର୍କ ବିଭାଗ । ସଙ୍ଗରୋଧରୁ ୮୭ ଓ ସ୍ଥାନୀୟ ସଂକ୍ରମିତ ୫୯ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଓ କଟକ ଜିଲ୍ଲାରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୂରଭଂଜରୁ ୧୩ ଜଣ, ନୂଆପଡାରୁ ୧୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୯ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲାରୁ ୫, ବାଲେଶ୍ୱରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ବରଗଡ, ଜଗତସିଂହପୁରରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ରାୟଗଡା, ପୁରୀ, କଳାହାଣ୍ଡିରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା, କେନ୍ଦ୍ରାପଡା, ନବରଙ୍ଗପୁରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଂଟାରେ ୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ୧୪୬ ପଜିଟିଭି ମାମଲାକୁ ମିଶାଇ ରାଜ୍ୟରେ ୩ ଲକ୍ଷ ୩୮ ହଜାର ୯୬୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୬୭ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe