ରାଜ୍ୟରେ ଦୁଇ ହଜାର ଅତିକ୍ରମ କଲା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡରୁ ସର୍ବାଧିକ ୪୫୮

217

କନକ ବ୍ୟୁରୋ : ଚିନ୍ତା ବଢାଉଛି ରାଜ୍ୟରେ କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୨ଶହ ୫୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୫ଟି ଜିଲ୍ଲାରେ ଗତ ୨୪ଘଂଟାରେ ଶହେ ଉପରେ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ବଡ କଥା ହେଉଛି ଗତ ୧୪ଦିନରେ ରାଜ୍ୟରେ ୧୪ହଜାରରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୧ତାରିଖରେ ରାଜ୍ୟରେ ୩୯୪ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏପ୍ରିଲ ୧୪ରେ ଏହି ସଂଖ୍ୟା ୨ହଜାର ୨ଶହ ୬୭ରେ ପହଂଚିଛି । ଗତ ୨୪ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବରଗଡ ଓ ସମ୍ବଲପୁରରୁ ୧୨୦ଜଣ ଲେଖାଏଁ, କଟକରୁ ୧୧୭, ନବରଙ୍ଗପୁର ଓ ନୂଆପଡାରୁ ୧୦୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପର ଯାଜପୁର, ଗଂଜାମ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧ହଜାର ୯ଶହ ୩୩କୁ ବୃଦ୍ଧି ପାଇଛି । ରାଜ୍ୟର ୫ଟି ଜିଲ୍ଲା ଏବେ ୟେଲୋ ଜୋନକୁ ଯାଇଛି । ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା ଓ କଟକ ଜିଲ୍ଲା ଏବେ ୟେଲୋ ଜୋନରେ ଅଛି । ପୂର୍ବରୁ ଖୋର୍ଦ୍ଧା ଓ ସୁନ୍ଦରଗଡ ରେଡ ଜୋନକୁ ଯାଇଥିଲା ।