କନକ ବ୍ୟୁରୋ : ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ଘଂଟା ଭିତରେ ୮୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୧୨ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୭୪ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୨୪ ଘଂଟା ଭିତରେ ୬୬ହଜାର ୬୩ ନମୁନା ପରୀକ୍ଷା ହୋଇଛି । ପଜିଟିଭ ରେଟ ରହିଛି ୧.୪ ପ୍ରତିଶତ । ଖୋର୍ଦ୍ଧାରୁ ୨୫୩ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Advertisment

ସେହିପରି ଅନୁଗୁଳରୁ ୩୨ ଜଣ, ବାଲେଶ୍ୱରରୁ ୬୨ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୩୧ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୮୧ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧୧ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୫୪ ଜଣ, ଯାଜପୁରରୁ ୬୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୩ ଜଣ, କେଉଁଝରରୁ ୧୮ ଜଣ, କୋରାପୁଟରୁ ୭, ମାଲକାନଗିରିରୁ ୯ ଜଣ, ମୟୁରଭଞ୍ଜରୁ ୨୫ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୫ ଜଣ,  ପୁରୀରୁ ୫୩ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ୱଲପୁରରୁ ୧୫ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟ ପୁଲରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଜଣ ଥିବା ବେଳେ କଟକ ଜିଲ୍ଲାରୁ ୧୩ ଜଣ ଅଛନ୍ତି । ଏହାଛଡ଼ା ସମ୍ବଲପୁର ଜିଲ୍ଲାରୁ ୮ ଜଣ ଓ ବରଗଡ଼ ଜିଲ୍ଲାରୁ ୭ ଜଣ ମୃତକ ରହିଛନ୍ତି । ଅପରପକ୍ଷରେ ବଲାଙ୍ଗୀର ଜିଲ୍ଲାରୁ ୩ ଜଣ ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି । ଠିକ୍ ସେହିପରି, ସୁନ୍ଦରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।