ନାକେଦମ୍ କଲାଣି କରୋନାର ଦ୍ୱିତୀୟ ଲହର! ଦେଶରେ ପ୍ରଥମଥର ପାଇଁ ୧ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ।

ନାକେଦମ୍ କଲାଣି କରୋନାର ଦ୍ୱିତୀୟ ଲହର! ଦେଶରେ ପ୍ରଥମଥର ପାଇଁ ୧ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ: ଧିରେ ଧିରେ ଭାରତରେ ବଢୁଛି ଭୂତାଣୁର କାୟା । ଦେଶରେ କରୋନାର ଦ୍ଵିତୀୟ ଲହର ସୃଷ୍ଟି କଲାଣି ସାଂଘାତିକ ସ୍ଥିତି । ଦେଶରେ ପ୍ରଥମ ଥର ପାଇଁ ୧ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପରିକି କି ଏହି ଦୈନିକ ସଂକ୍ରମଣ ଭାରତରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ସଂକ୍ରମଣ । କାରଣ ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭, ୮୯୪ । ଗତବର୍ଷ ସେପ୍ଟେମ୍ବର ୧୬ରେ ଏହି ସଂଖ୍ୟା ଦେଖିଥିଲା ଦେଶ ।

ତେବେ କରୋନାର ବିସ୍ତାରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଦେଶବ୍ୟାପୀ ଟୀକାକରଣକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେବା ସହ କେନ୍ଦ୍ରୀୟ ଦଳମାନଙ୍କୁ ମହାରାଷ୍ଟ୍ର ସହ ପଞ୍ଜାବ, ଛତିଶଗଡ଼କୁ ପରିଦର୍ଶନ କରି କରୋନା ବଢ଼ିବା ପଛର କାରଣ ଖୋଜିବାକୁ କେନ୍ଦ୍ରୀୟ ଟିମକୁ କହିଛନ୍ତି ମୋଦି।

ସେପଟେ ମଧ୍ୟପ୍ରଦେଶ ସରକାର କହିଛନ୍ତି କରୋନାକୁ ରୋକିବା ପାଇଁ ପଡୋଶୀ ଛତିଶଗଡରୁ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବ ଏବଂ ଆବଶ୍ୟକ ସମୟରେ ବିଚ୍ଛିନ୍ନ ଅଞ୍ଚଳରେ ଲକଡାଉନ୍ ମଧ୍ୟ ଲଗାଯିବ । ଏପରିକି ମଧ୍ୟପ୍ରଦେଶର ମହାରାଷ୍ଟ୍ର ସୀମାବର୍ତ୍ତୀ ଅଞ୍ଚଳକୁ ସିଲ୍ କରିସାରିଛନ୍ତି ମଧ୍ୟପ୍ରଦେଶ ସରକାର। ଏପଟେ ଗତକାଲିଠାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ସପ୍ତାହିକ ଲକଡାଉନ୍ କରିବା ସହ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe