ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ

142

କନକ ବ୍ୟୁରୋ: ମିଛ କରେନ୍ସି ନାଁରେ ସତ ଠକେଇ । ଏମିତି ଠକେଇ କରୁଥିବା ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ବଲାଙ୍ଗୀରରେ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପ୍ରାୟ ୨ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଡାଇକେନ୍ ନାଁରେ କ୍ରିପ୍ଟୋ କରେନ୍ସୀ କଂପାନୀ ଖୋଲି ଲୋକଙ୍କୁ ଚୂନା ଲଗାଉଥିଲେ ଏହି ଠକ୍ ଗ୍ୟାଙ୍କ ।

ଦେଶରେ କ୍ରିପ୍ଟୋକରେନ୍ସି ର୍ୟାକେଟ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଡାଇକେନ ନାଁରେ ଏକ କ୍ରିଫଟୋ କରେନ୍ସି କମ୍ପାନୀ ଖୋଲି ଅନଲାଇନରେ କୋଟି କୋଟି ଟଙ୍କା ଠକିଥିବା ଗ୍ୟାଙ୍ଗକୁ ଧରିଛି ବଲାଙ୍ଗିର ପୁଲିସ । ଠକେଇର ମାଷ୍ଟରମାଇଣ୍ଡ ବଲାଙ୍ଗିରର ପ୍ରଶାନ୍ତ ମେହେରଙ୍କ ସମେତ ୭ ଜଣଙ୍କୁ ଗିରଫ ହୋଇଛନ୍ତି । ଏହି ଗ୍ୟାଙ୍ଗ ସୋସିଆଲ ମିଡିଆରେ ନିଜର ସ୍ୱତନ୍ତ୍ର ଆପ୍ଲିକେଶନ ଡାଇକେନ ନାଁରେ ଖୋଲିଥିଲେ । ଆଉ ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କୁ ଭେଟି ଟଙ୍କା ଜମା କଲେ ଭଲ ଲାଭ ମିଳିବ ବୋଲି ବୁଝାଉଥିଲେ ।

ଏହି ଠକେଇ ଗ୍ୟାଙ୍ଗଠାରୁ ବଲାଙ୍ଗିର ପୁଲିସ ନଗଦ ୮ ଲକ୍ଷରୁ ଅଧିକ ଟଙ୍କା, ଦାମୀ ଗାଡି, ଲାପଟାପ, ମୋବାଇଲ ଓ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି ।
କେମିତି ଠକୁଥିେଲେ ଗ୍ୟାଙ୍ଗ?
-ଅନଲାଇନରେ ବିଭିନ୍ନ ଉତ୍ପାଦ ବିକୁଥିଲେ
-ଲୋକଙ୍କୁ ଲୋଭନୀୟ ଅଫର ଦେଉଥିଲେ
-୨ ହଜାର ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକେଇ
-ଲୋକଙ୍କୁ ବିଦେଶ ଭ୍ରମଣର ଲୋଭ ଦେଖାଇଥିଲେ
-ଟଙ୍କାରେ ଦାମୀକାର ଓ ମୋଟର ସାଇକେଲ କିଣିଥିଲେ
-ବଲାଙ୍ଗୀରରେ ଜମି କିଣିବା ସହ ଶାଢୀ ଦେକାନା ବି ଖୋଲିଥିଲେ

ବଲାଙ୍ଗୀର ପୁଲିସ ଚଢାଉ ବେଳେ ଅଲଗା ଅଲଗା ଆକାଂଉଟରେ ଥିବା ୫୫ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି । ଗ୍ୟାଙ୍ଗ ନାଁରେ ଅଭିଯୋଗ ହେବା ପରେ ପୁଲିସ ଏକ ଟିମ ଗଠନ କରି ଡାଇକେନ ଅଫିସରେ ଚଢାଉ କରିଥିଲା । ଏହା ପରେ ଏଭଳି ଠକେଇର ପର୍ଦ୍ଦାଫାସ ହୋଇଛି । ବର୍ତମାନ ଏହି ଗ୍ୟାଙ୍ଗର ଚେର କେଉଁ ଆଡେ ଲମ୍ବିଛି ତାର ତନାଘନା କରୁଛି ପୁଲିସ ।