ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ : ଓଡିଆ ଖାଦ୍ୟ ଭାବେ ରହିଛି ବେଶ୍ ଆଦର , କଟକ ଦହିବରା ଆଳୁଦମର ସ୍ୱତନ୍ତ୍ର ଚାହିଦା

544

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦହିବରାର ବେଶ ଚାହିଦା ଦେଖିବାକୁ ମିଳିଛି । ଲଏଲା ସ୍କୁଲ ନିକଟରେ ଲୋକମାନେ ଦହିବରା ଆଳୁଦମ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ଦହିବରା ଆଲୁଦମ ଦିବସରରେ ଓଡିଆ ଖାଦ୍ୟ ଦହିବରା ତାର ଅନନ୍ୟ ସ୍ୱାଦ ଯୋଗୁଁ ଘରେ ଘରେ ଲୋକଙ୍କ ପାଖରେ ପରିଚିତ ହୋଇପାରିଛି ।