ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। କୋରାପୁଟରେ ଟଙ୍କା ପାଇଁ ୭ କିଲୋମିଟର ଗୁରୁଣ୍ଡିଲେ ମହିଳା।

Advertisment
ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। କୋରାପୁଟରେ ଟଙ୍କା ପାଇଁ ୭ କିଲୋମିଟର ଗୁରୁଣ୍ଡିଲେ ମହିଳା।

କନକ ବ୍ୟୁରୋ: ଭତ୍ତାର ଦୁଃଖ କାହାଣୀ । ରାଜ୍ୟର ବିଭିନ୍ନ କୋଣରୁ ଆସୁଛି ଭତ୍ତା ପାଇଁ କିପରି ଦହଗଂଜ ହେଉଛନ୍ତି ଗରିବ ଜନତା । କୋରାପୁଟ ଜିଲ୍ଲାରୁ ଆସିଛି ଭତା ଯନ୍ତ୍ରଣାର ଚିତ୍ର । ୫ଶହ ଭତା ଟଙ୍କା ପାଇଁ ୭ କିଲୋମିଟର ଯାତ୍ରା । ଭତା ଟଙ୍କା ଆଣିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଆସୁଛନ୍ତି ଦିବ୍ୟାଙ୍ଗ ହିତାଧିକାରୀ । କୋରାପୁଟ ଜିଲ୍ଲାରୁ ଆସିଛି ଭତା ପାଇଁ ଯମ ଯନ୍ତ୍ରଣା ଖବର । ଦିବ୍ୟାଙ୍ଗ ମହିଳା ଜଣଙ୍କ ବହୁ କଷ୍ଟରେ ଭତା ପାଇଁ ବ୍ୟାଙ୍କରେ ପହଞ୍ଚିଥିବା ବେଳେ ଜଣେ ବୁଦ୍ଧିଜୀବୀ ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଲାଣ୍ଡିଗୁଡା ଗାଁର ରୁକୁଣା ଗୌଡା ।

ପୂର୍ବରୁ ଆପଣ ନବରଙ୍ଗପୁରର ବୃଦ୍ଧା ସୂର୍ଯ୍ୟ ହରିଜନଙ୍କ କଥା ଆପଣଙ୍କର ମନେଥିବ । ସୂର୍ଯ୍ୟ ହରିଜନ ଚେୟାର ସାହାଯ୍ୟ ନେଇ ଭତ୍ତା ଆଣୁଥିଲେ, ଅନ୍ୟପଟେ ପଂଚାୟତରେ ବ୍ୟାଙ୍କ ନଥିବାରୁ ଭତା ଟଙ୍କା ପାଇଁ ବ୍ରାହ୍ମଣୀ ନଦୀ ପାରି ହୋଇ ରାଜନଗର ବ୍ଲକ କେରଡାଗଡ ବଜାରରେ ଥିବା ବ୍ୟାଙ୍କକୁ ଯାଇ ଭତ୍ତା ଆଣିଥିଲେ ବୃଦ୍ଧ ରଙ୍ଗାଧର ପରିଡା । ସୂର୍ଯ୍ୟଙ୍କ ଖବର ପଲ୍ଲୀରୁ ଯାଇ ଦିଲ୍ଲୀକୁ ପହଁଚିଥିଲା । ଆଉ ନିଜେ ଅର୍ଥମନ୍ତ୍ରୀ ନିର୍ମଳା ଏଥିରେ ହସ୍ତକ୍ଷେପ କରିଥିଲେ । ଭତ୍ତା ପାଇଁ ଦହଗଂଜ ହେଉଥିବା ଏହି ଗରିବଙ୍କ ଦୁଃଖ କାହାଣୀ, କ୍ୟାମେରାରେ କଏଦ୍ ହେବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ନିଷ୍ପତି ନିଆଯାଇଛି ।
ଭତ୍ତା ପାଉଥିବା ଲୋକଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ
ତାଲିକା ପ୍ରସ୍ତୁତ କରି ସମସ୍ତଙ୍କ ପାଖକୁ ଭତ୍ତା ପହଁଚାଇବା
ଚଲାବୁଲାକରିପାରୁନଥିବା ଲୋକଙ୍କ ଘରକୁ ଭତ୍ତା ପହଁଚାଇବା
ସମସ୍ତଙ୍କୁ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଟଙ୍କା ପଠାଇବା
ଆକାଉଂଟ ଖୋଲିବାରେ ଲୋକଙ୍କୁ ସାହାଯ୍ୟ କରିବା

ଏବେ ପ୍ରଶ୍ନ ଉଠୁଛି, ନବରଙ୍ଗପୁର ଜିଲ୍ଲାପାଳ ବୁଝିପାରିଲେ ଭତା ପାଇଁ ଗରିବ ଲୋକଙ୍କ ସଂଘର୍ଷର ଦୁଃଖ । ଅନ୍ୟ ଜିଲ୍ଲାରେ ଏହି ବ୍ୟବସ୍ଥା କେବେ ଲାଗୁ କରିବେ ଜିଲ୍ଲାପାଳ?
ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟକୁ ଅପେକ୍ଷା କରିବେ କି ଅଧିକାରୀ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe