#ଡାହା ମିଛ । ସତରେ କଣ ପେଟ୍ରୋଲ, ଡିଜେଲ ଦର କମିବା ପଛରେ ନବୀନଙ୍କ ହାତ ରହିଛି ?

#ଡାହା ମିଛ । ଆପଣ ମାନେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ । ହେଲେ ଦର ଯେତେବେଳେ କମୁଛି ମିଡିଆ ଖବର କମ ଦେଖାଉଛି । ଏହି ମର୍ମରେ ଆମେ ଭାବିଲୁ, ଟିକେ ମଜାଳିଆ ଖବର ଆପଣଙ୍କ ପାଇଁ ନେଇ ଆସିବାକୁ ।

1,014

ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।

କନକ ବ୍ୟୁରୋ: ଚା’ ପିଇବାକୁ ଛକଆଡ଼େ ସାଇକେଲ ନେଇ ବାହାରିଗଲି  । ଆଉ ସେଠି ପହଁଚିବା ମାତ୍ରେ କପେ ଚା’ ଆଣି ସେଠାରେ ବସିପଡ଼ିଲି । ଚା’ ପିଉଛି ଦଳେ ଲୋକ ବସି କଥା ହେଉଥିଲେ ଯେ, ଯାହା ହେଉ ଏତେଦିନ ପରେ ପେଟ୍ରୋଲ ଆଉ ଡିଜେଲ ଦର କମିଛି । ଆଉ ଜଣେ କହିଲା ଯେମିତି ପ୍ରତିଦିନ ବଢୁଥିଲା ସେମିତି ମଧ୍ୟ ଧିରେ ଧିରେ କମିବାରେ ଲାଗିଛି ।

କୁଆଡେ ଥିଲା କେଜାଣି ଏତିକି ବେଳକୁ ଜଣେ ଆସି ଆଲୋଚନାର ନିଆଁରେ ଘିଅ ଢାଳିଦେଲା । ମୁହଁରୁ ବାହାରିଗଲା, ଏହା କେବଳ ନବୀନ ବାବୁଙ୍କ ପାଇଁ ହୋଇପାରିଛି । ଅନ୍ୟ ଜଣେ ଲୋକ ତାଙ୍କୁ ପ୍ରତି ଉତ୍ତରରେ କହିଲେ ଯେ, ତୈଳ ଦର ଉପରେ କେନ୍ଦ୍ରର ତ ଲଗାମ୍ ରହିଛି ତେବେ କେମିତି ରାଜ୍ୟ ସରକାର କମାଇଦେଲେ? ଖାଲି ସବୁ କଥାରେ ନବୀନ ନବୀନ ହେଉଛ । ଏହା କେବଳ କେନ୍ଦ୍ର ସରକାର ବା ଧର୍ମେନ୍ଦ୍ର ବାବୁଙ୍କ ପାଇଁ ସମ୍ଭବ ହୋଇପାରିଛି ।

ଏଭଳି ଯୁକ୍ତିତର୍କ ଲାଗି ରହିଥିବାବେଳେ ନିଜ ଯୁକ୍ତିକୁ ବଳିଷ୍ଠ କରିବାକୁ ନବୀନଙ୍କ ଭକ୍ତ ଜଣଙ୍କ ଲାଗିପଡିଲେ । କହିଲେ, ମୋ ପାଖରେ ଉଚିତ୍ ପ୍ରମାଣ ଅଛି ଯେ, ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ହିଁ ତେଲ ଦର କମିଛି । ଆଉ ତାକୁ କମାଇବାକୁ ବାଧ୍ୟ ହୋଇଛନ୍ତି ଧର୍ମେନ୍ଦ୍ର ବାବୁ । କାରଣ ନିକଟରେ ରାଜ୍ୟ ସରକାର ଯେଉଁଭଳି ଭାବେ ଭୂବନେଶ୍ୱରରେ ମୋ ବସ୍ ଆଉ ମୋ ସାଇକେଲ ସେବା ଆଣିଲେ ତାହାର ପ୍ରଭାବ ଧର୍ମେନ୍ଦ୍ର ବାବୁଙ୍କ ଶିବିରରେ ଜଣାପଡ଼ିଥିଲା ।  ଆଉ ତାପରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ହ୍ରାସ ପାଇବାରେ ଲାଗିଛି ।

naveen vs dharmendraସେଠାରେ ବସିଥିବା ଅନେକ ଲୋକ ଆବାକ୍ ହୋଇଗଲେ । ଯାହା କୁହନ୍ତୁ ଲୋକ ଆମର କେଉଁ ପ୍ରସଙ୍ଗ କେଉଁଠି ନେଇ ଯୋଡିବେ ସେଥିରେ ଓସ୍ତାଦ ହୋଇଗଲେଣି । କେମିତି ରାଜନୀତିରେ ଫାଇଦା ନେଇହେବ ସେଥିରେ ମାହିର । ପ୍ରଚାର କରିବାକୁ ଆଗ ତୁଣ୍ଡ ବାଇଦ ଆବଶ୍ୟକ ହେଉଥିଲା, ଏବେ ଫେସବୁକ, ହ୍ୱାଟସଆପ ଭଳି ହାଇଟେକ ମାଧ୍ୟମ ଆସିଗଲାଣି ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଯେଉଁଭଳି ଭାବେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ିଚାଲିଥିବା ପେଟ୍ରୋଲ ଓ ଡିଜେଲ୍ ଦରରେ ବ୍ରେକ୍ ଲାଗିଲା । ଆଉ ଏବେ ଲଗାତାର କମିବାରେ ଲାଗିଛି । ତେଣୁ ଏହା କିଭଳି କମିଲା ଏବଂ କିଏ କମାଇଲା ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫