#ଡ଼ାହା ମିଛ । ସରକାର ବିରୋଧୀ ହାୱାକୁ କାଟିବ ବ୍ରାଣ୍ଡ ନବୀନ । ଶତ୍ରୁକୁ ମାତ୍ ଦେବ ହକିର ମହାକୁମ୍ଭ ?

Advertisment
#ଡ଼ାହା ମିଛ । ସରକାର ବିରୋଧୀ ହାୱାକୁ କାଟିବ ବ୍ରାଣ୍ଡ ନବୀନ । ଶତ୍ରୁକୁ ମାତ୍ ଦେବ ହକିର ମହାକୁମ୍ଭ ?

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

କନକ ବ୍ୟୁରୋ: ରବିବାର ସକାଳୁ ସକାଳୁ ଟିକେ ପାର୍କ ଚାଲିଗଲି ଜଗିଙ୍ଗ କରିବା ପାଇଁ। ଆଉ ପାର୍କରେ ଏକ୍ସରସାଇଜ ସରିବା ପରେ ସେଠି ପଡିଥିବା ଚେୟାରରେ ବସିଛି । ସେତିକିବେଳେ ୨ ଜଣ ବନ୍ଧୁ ବସି କଥା ହେଉଛନ୍ତି ଯେ , ଏବେ ସ୍ମାର୍ଟ ସିଟି ଭୁବନେଶ୍ୱରର ଏମିତି କୋଉ କାନ୍ଥ ନାହିଁ , ଯେଉଁଠି ହକି 'ଷ୍ଟିକ'ର ଚିତ୍ର ଅଙ୍କା ଯାଇନଥିବ।  ବିଏମସି ଠାରୁ ଆରମ୍ଭ କରି ବରମୁଣ୍ଡା ଯାଏଁ ଖାଲି ମାଳ ମାଳ ଲାଇଟରେ ଭୁବନେଶ୍ୱର କୁ ପୁରା ସଜେଇ ଦିଆଯାଇଛି। ଅନ୍ୟ ଜଣେ ସାଙ୍ଗ କହିଲା ହଁ ପରା ହକି ପାଇଁ ଏତିକି ନାଟରେ ସାଙ୍ଗ। ଲାଗୁଛି ଯେମିତି ଏଇ ହକି ଷ୍ଟିକ ବିଜେଡ଼ିର ଆଗାମୀ ନିର୍ବାଚନ ଅସ୍ତ୍ର ପାଲଟି ଯାଇଛି।

HOCKEYକିଛି ସମୟ ପରେ ଆଉ ଗୋଟେ ସାଙ୍ଗ କହିଲା ନବୀନ ବାବୁ ଆମର କି ହକି ବିଶ୍ୱକପ କରିବେ ଯେ ବିରୋଧୀ ମାନେ ପୁରା ଛାନିଆ ହେଇଗଲେଣି କାରଣ, ରାଜନୈତିକ ପଶା ପାଲିରେ କିଏ କେତେବେଳେ ବାଜିମାତ କରିବା ତାହା କହିବା ଅସମ୍ଭବ। ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କ୍ଷେତ୍ରରେ ଯେମିତି କେବଳ ବିଜୟ ହିଁ ଲେଖାଯାଇଛି । ଏବେ ସାରା ରାଜ୍ୟରେ କେବଳ ଗୋଟିଏ ନିଶା ସମସ୍ତଙ୍କୁ ଚଢ଼ିଛି ତାହା ହେଉଛି  ହକି ବିଶ୍ୱକପର ।

publive-imageଆରେ ସାଙ୍ଗ ଖାଲି ହକି ନୁହେଁ ପ୍ରଥମ ଥର ପାଇଁ ବଲିଉଡ କିଙ୍ଗ ଖାନ ଶାହରୁଖ ଆଉ ଓସ୍କାର ବିଜେତା ଏ ଆର ରେହମାନ ମଧ୍ୟ ଏହି ବିଶ୍ୱକପ ର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ତେଣୁ ସହରଠୁ ଗାଁ ପର୍ୟ୍ୟନ୍ତ କେବଳ ରାଜ୍ୟ ସରକାରଙ୍କ ଗୁଣଗାନ ହେଉଛି। ଯାହାକି ବିରୋଧୀ ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସତରେ ସେମାନଙ୍କ କଥା ଶୁଣି ଏତିକି ବୁଝାପଡ଼ିଲା ଯେ ନବୀନ ବାବୁ ହକି 'ଷ୍ଟିକ'ରେ ବିରୋଧୀଙ୍କ ଗୋଲ ପୋଷ୍ଟକୁ  କି ଗୋଲ ମାରୁଛନ୍ତି ଯେ, ଡିଫେଣ୍ଡ କରିବାକୁ ବିରୋଧୀ ଉପାୟ ଖୋଜୁଛନ୍ତି।

publive-imageବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ ଉଭୟ ଶାସକ ଓ ବିରୋଧୀ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ ଏବଂ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe