କନକ ବ୍ୟୁରୋ: ଓଡ଼ିଶା ସମେତ ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ଘୋଷଣା କଲା ପ୍ରଭାରୀ ଓ ସହ ପ୍ରଭାରୀ ତାଲିକା । ଓଡ଼ିଶାର ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ବଦଳରେ ଡି. ପୁରନ୍ଦେଶ୍ୱରୀ ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ । ଏହାସହ ରାଜ୍ୟ ବିଜେପିର ସହ ପ୍ରଭାରୀ ଦାୟିତ୍ୱ ତୁଲାଇବେ ବିଜୟପାଲସିଂହ ତୋମାର ।
Advertisment
ଏପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ବିଜେପି ପ୍ରଭାରୀ ଦାୟିତ୍ୱ ଦେଇଛନ୍ତି ହାଇକମାଣ୍ଡ । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଦାୟିତ୍ୱ ବଢ଼ାଇ ଆସାମ ଓ ଦିଲ୍ଲୀ ବିଜେପିର ପ୍ରଭାରୀ ଦାୟିତ୍ୱ ଦେଇଛନ୍ତି ହାଇକମାଣ୍ଡ । ଏହାସହ ୩୬ଟି ସାଂଗଠନିକ ପ୍ରଦେଶ ପାଇଁ କାହାକୁ ବାଛିଲା ବିଜେପି କାହକୁ ଭରସିଲା ଦେଖନ୍ତୁ ବିଜେପି ଜାରିକରିଥିବା ପୂରା ତାଲିକା ।