ଦଧିଚି କଲେଜର ଦୁଇ ଦିନିଆ ୟୁଥ୍ ଫାର୍ମା – ୨୦୨୪ ଉଦଯାପିତ

ଦଧିଚି କଲେଜର ଦୁଇ ଦିନିଆ ୟୁଥ୍ ଫାର୍ମା – ୨୦୨୪ ଉଦଯାପିତ

କନକ ବ୍ୟୁରୋ:  କଣ୍ଟାପଡା ବ୍ଲକ୍ ସୁନ୍ଦରଗ୍ରାମସ୍ଥିତ ଦଧିଚି କଲେଜର ଦୁଇ ଦିନିଆ ୟୁଥ୍ ଫାର୍ମା – ୨୦୨୪ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଦଧିଚି ସମୂହ ଶିକ୍ଷାନୁଷ୍ଠାନ ଚେୟାରମ୍ୟାନ୍ ଡ଼ଃ. ମନୋଜ କୁମାର ଦାଶ, ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାଶ, ମୁଖ୍ୟ ଅତିଥି ଡ଼ଃ ମଣ୍ଟୁ କୁମାର ଏମ୍ ପଟେଲ୍, ପ୍ରେସିଡେଣ୍ଟା ଫାର୍ମାସୀ କାଉନସେଲିଙ୍ଗ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ, ମୁଖ୍ୟବକ୍ତା ଡ଼ଃ ଏ.କେ.ନାସା, ପ୍ରୋ ଭାଇସେନଲର ଏସଜିଟି ୟୁନିଭରସିଟି ଅଫ୍ ଇସି ମେମ୍ବର ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ପ୍ରମୁଖ ଅତିଥି ପ୍ରଫେସର ଡ଼ଃ ବ୍ରଜ କିଶୋର ଦାସ ଆଡିସିନାଲ୍ ଡି.ଏମ୍.ଇ.ଟି, ଓଡିଶା ସମ୍ମାନୀତ ଅତିଥି ଧର୍ମେନ୍ଦ୍ର ସିଂ, ଇସି ମେମ୍ବର ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର ଡାଇରେକ୍ଟର ରେଗୁଲେଟିଙ୍ଗ ଆଫାୟରସ୍ ନୋୱାରଡେମ୍, ହାଇଦ୍ରାବାଦ୍ ଯୋଗ ଦେଇଥିଲେ ।

ଏମାନଙ୍କ ଗହଣରେ ବହୁ ଆଡମ୍ବରରେ ଉଦଯାପନୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଫାର୍ମାସୀ ବୃତ୍ତି କୁ ଆଗେଇ ନେବା ପାଇଁ ଯୁବ ଫାର୍ମାସିଷ୍ଟ ମାନଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ମତବ୍ୟକ୍ତ କରିଥିଲେ ଏବଂ ଯୁବପୀଢିକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିକଟ ଭବିଷ୍ୟତରେ ଆସିବାକୁ ଯାଉଥିବା ସମସ୍ୟାର ନିରାକରଣ ସମ୍ବନ୍ଧରେ ମାର୍ଗ ଦର୍ଶାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ୟୁଥ୍ ଲିଡରସିପ୍ କନଫରେନ୍ସ ଏବଂ ଇଣ୍ଡଷ୍ଟ୍ରି ଏକାଡେମିଆଇଣ୍ଟରଫେସରେ ବହୁ ମାନ୍ୟଗଣ୍ୟ ବକ୍ତା ଯଥା ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ଏମଏଲଏ, ଡ଼ଃ ସୁଦର୍ଶନ ବିଶ୍ୱାଳ, ଆଡିସିନାଲ୍ ଡ୍ରଗ୍ କଣ୍ଟ୍ରୋଲର ଓଡିଶା, ଡ଼ଃ ଯସ୍ମୀନ୍ ପଣ୍ଡା ପ୍ରେସିଡେଣ୍ଟ ଆଇ.ଏଚ.ପି.ଏ ଓଡିଶା, ସନ୍ତୋଷ ବଳ ପ୍ରିନ୍ସପାଲ୍, ସାଇପର୍, ପ୍ରଫେସର ରଘୁନାଥ ସାହୁ, ପ୍ରିନ୍ସପାଲ୍ ସାଇନ୍ ଭୁବନେଶ୍ୱର, ପ୍ରଫେସର ଏସ୍.କେ. ମହାପାତ୍ର, ଡିନ୍ ଫାର୍ମାସୀ, ବିପିୟୁଟି ଆଣ୍ଡ୍ ଓୟୁଏଚଏସ୍ ଯୋଗଦେଇ ଓଡିଶାର ବିଭିନ୍ନ କୋଣାନୁକୋଣରୁ ଅଂଶ ଗ୍ରହଣ କରିଥିବା ଫାର୍ମାସୀ ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା, ରିସର୍ଚ୍ଚ ସ୍କୋଲାର୍ ମାନଙ୍କୁ ବିକଶିତ ଭାରତ ୨୦୪୭ କର୍ନସନିଙ୍ଗ୍ ଟୁ ହେଲ୍ପ ଆଣ୍ଡ୍ ଫାର୍ମାସିୟୁଟିକାଲ୍ କେୟାର୍ ଏବଂ ବ୍ରିଜିଙ୍ଗ ଦ ଗ୍ୟାପ୍ ବିଟୁୟିନ୍ ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ ବିଷୟ ବସ୍ତୁ ଉପରେ ଉଦବୋଧିତ କରିଥିଲେ ।publive-imageଆୟୋଜିତ ୟୁଥ୍ ଲିଡର୍ସିପ୍ କନଫରେନ୍ସରେ ବିଭିନ୍ନ ଫାର୍ମାସୀ କଲେଜର ୟୁଥ୍ ଷ୍ଟୁଡେଣ୍ଟ ଲିଡର ମାନେ ଅଂଶ ଗ୍ରହଣ କରି ନିଜ ନିଜ ମତବ୍ୟକ୍ତ କରିବା ସହ ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଏକଜୁଟ ହୋଇ ହେଲ୍ଥ କେୟାର୍ ସେକ୍ଟରରେ ଆସୁଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଛାତ୍ର ସମାଜକୁ ବାର୍ତ୍ତା ଦେଇଥିଲେ । ଇଣ୍ଟେଲେକଚୁଆଲ୍ ସିମ୍ପୋଜିୟମରେ ହେଲଥ କେୟାର୍ ସିଷ୍ଟମର ସରକାରୀ ଓ ବେସରକାରୀ ପ୍ରତିନିଧି, ବିଭିନ୍ନ ଫାର୍ମାସୀ ଆସୋସିଏସନର ମୁଖ୍ୟ ଫାର୍ମାସୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବୃନ୍ଦ, ୟୁଥ୍ ଷ୍ଟୁଡେଣ୍ଟ ଲିଡର ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଏବଂ ଇସି ମେମ୍ବର ମାନଙ୍କ ଉପସ୍ଥିତିରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକୀୟ ତଥ୍ୟ ଏବଂ କାର୍ଯ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ । ସରକାରଙ୍କ ପାଖରେ ନିବେଦନ ଏବଂ ଉପଯୁକ୍ତ ତଥ୍ୟ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରଜତ କୁମାର କର ସୂଚନା ଦେଇଥିଲେ ।

ସହ ସଙ୍ଗଠକ ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ଶୋଭବିକାଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଅନିତା ସାହୁ ଙ୍କର ତତ୍ତ୍ୱାବଧାନରେ ସବୁ ବିଭାଗର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇପାରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ ତଥା ଡ଼ଃ. ସତ୍ୟବ୍ରତ ସାହୁ, ଡ଼ଃ. ଦୁର୍ଗା ଚରଣ ସାହୁ, ଡ଼ଃ. ସନ୍ତୋଷ କୁମାର ପଣ୍ଡା, ଦେବାନନ୍ଦ ଚମ୍ପତିସିଂହ, ଚନ୍ଦ୍ରକାନ୍ତ ଦାସ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ସୀମାଞ୍ଚଳ ପଣ୍ଡା, ବାସୁଦେବ ବିଶ୍ୱାଳ, ପ୍ରଭାତ କୁମାର ପାଢୀ ଏବଂ ସଂଗ୍ରାମ ପଟ୍ଟନାୟକ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, ଛାତ୍ର ସ୍ୱେଛାସେବୀ ଏବଂ ଅନ୍ୟ କର୍ମଚାରୀ ଙ୍କ ସହାୟତାରେ କାର୍ଯ୍ୟକ୍ରମଟି ଉପଯୁକ୍ତ ଭାବେ ସମ୍ପୂର୍ଣ୍ଣ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe