ଗୁରୁକୂଳ ଭଳି ଦଧିଚି ଦେଉଛି ଶିକ୍ଷା, ଆଧୁନିକ ଯୁଗରେ ଗଢୁଛି ଆଗାମୀ ଭବିଷ୍ୟତ…

ଗରିବ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଦା ସର୍ବଦା ଅଧିକ ଗୁରୁତ୍ୱ ଦେଇଥାଏ ଦଧିଚି । ଅସହାୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାର ମଧ୍ୟ ଦଧିଚି ଶିକ୍ଷାନୁଷ୍ଠାନ ରାଜ୍ୟର ଅନ୍ୟତମ ।

648

କନକ ବ୍ୟୁରୋ: ଗୁରୁକୂଳର ଶିକ୍ଷା ପଦ୍ଧତି ସହ ଏଲକେଜିରୁ +୨ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଛି ଦଧିଚି ଶିକ୍ଷାନୁଷ୍ଠାନ । ଯାହାର ଜ୍ଞାନ ଅଛି ତାହାର ମାନ ଅଛି । ସେଥିପାଇଁ ତ ଆଜିର ଯୁବ ଓ ଛାତ୍ର ପୀଢ଼ିକୁ ଆଧୁନିକ ସମାଜର ମୁଖ୍ୟସ୍ରୋତ ସାମିଲ କରିବା ଲକ୍ଷ୍ୟ ନେଇ ଶିକ୍ଷା ପ୍ରଦାନ କରୁଛି ଏହି ଅନୁଷ୍ଠାନ । ପ୍ରାଥମିକ ସ୍ତରରେ ପବ୍ଲିକ୍ ସ୍କୁଲ୍ ଏଲକେଜି ରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିଥାଏ । ଖାଲି ଏତିତିକ ନୁହେଁ ଏକାଡେମିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ସାଇନ୍ସ ଶିକ୍ଷା ପ୍ରଦାନ କରିଥାଏ । ତା’ ଛଡା ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷା ପାଇଁ ଦଧିଚି ଇଣ୍ଡଷ୍ଟ୍ରିୟାଲ୍ ଟ୍ରେନିଂ ସେଣ୍ଟର (ଆଇଟିଆଇ) ଆରୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ, ଟେକ୍ନୋଲୋଜି (ପଲିଟେକନିକ୍) ସହ ଏଠାରେ ଦଧିଚି ଫାର୍ମାସୀ ମଧ୍ୟ ଅବସ୍ଥାପିତ । ନିପଟ ଗ୍ରାମାଞ୍ଚଳ ପରିବେଶ ସାଙ୍ଗକୁ ଟ୍ୱିନସିଟିର ଅନତୀ ଦୂରରେ ଅବସ୍ଥିତ ଦଧିଚି ଗଢୁଛି ଆଗାମୀ ଭବିଷ୍ୟତ ।

ଖାଲି ସେତିକି ନୁହେଁ ଗରିବ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଦା ସର୍ବଦା ଅଧିକ ଗୁରୁତ୍ୱ ଦେଇଥାଏ ଦଧିଚି । ଅସହାୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାର ମଧ୍ୟ ଦଧିଚି ଶିକ୍ଷାନୁଷ୍ଠାନ ରାଜ୍ୟର ଅନ୍ୟତମ । ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର କରି ଶିକ୍ଷାରୁ ବଞ୍ଚିତ ଯୁବ ଓ ଛାତ୍ର ସମାଜକୁ କୁଶଳୀ ଓ କର୍ମଜୀବି କରିବା ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନ ସମୂହ ସୃଷ୍ଟି କରାଯାଇଛି ବୋଲି ଅଧ୍ୟକ୍ଷ ଡ଼ଃ. ମନୋଜ କୁମାର ଦାଶ କହନ୍ତି । ଯେମିତିକା ପ୍ରାକୃତିକ ବିପତ୍ତି ହେଉ ସବୁ ସମୟରେ ଦଧିଚି ରାଜ୍ୟକୁ ସହାୟତାର ହାତ ବଢାଇଥାଏ । ସେଥିପାଇଁ ଦଧିଚି କର୍ତ୍ତୁପକ୍ଷ ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏପରିକି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ଅନୁଷ୍ଠାନକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଅନ୍ୟପଟେ ନିଯୁକ୍ତି ପାଇଁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କମ୍ପାନୀ ଗୁଡିଙ୍କୁ ଡାକି ନିଯୁକ୍ତି ମେଳା କରାଯାଏ । ତା’ ଛଡା ବିଭିନ୍ନ କମ୍ପାନୀ ମାନଙ୍କୁ ପରିଦର୍ଶନ କରାଇ ପିଲାମାନଙ୍କୁ କୌଶଳ ବିକାଶର ଏକ ସୁଯୋଗ ସୃଷ୍ଟି କରାଯାଇଥାଏ । କାରଣ ଦକ୍ଷତାର ବିକାଶ ପାଇଁ ଅନୁଷ୍ଠାନ ସଦାସର୍ବଦା ଚେଷ୍ଠିତ । ଅଭିଜ୍ଞ ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନ ସମୂହ ସାରା ରାଜ୍ୟରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

ଏହି ଅନୁଷ୍ଠାନ ସମୂହକୁ ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସମୟରେ ପରିଦର୍ଶନ କରିଛନ୍ତି, ଡ଼ଃ ବିନୟ ଦାଶ (ପୂର୍ବତନ ନର୍ଦ୍ଦେଶକ ଡି.ଆର୍.ଡି.ଓ), ପ୍ରଫେସର ଦାମୋଦର ଆଚାର୍ଯ୍ୟ (ପୂର୍ବତନ ଏ.ଆଇ.ସି.ଟି ର ଅଧ୍ୟକ୍ଷ), ଡ଼ଃ ରବି ନାରାୟଣ ବସ୍ତିଆ (ଭାରତୀୟ ଭୂତତ୍ତ୍ୱ ବୈଜ୍ଞାନିକ), ଡ଼ଃ ସରୋଜ କୁମାର ଷଡଙ୍ଗୀ (ଯୁଗ୍ମ କମିସନର ଉତ୍ପାଦ ଶୁଳ୍କ), ଡ଼ଃ କୁମରବର ଦାସ (ପୂର୍ବତନ କୁଳପତି ଫକୀର ମୋହନ ବିଶ୍ୱ ବିଦ୍ୟାଳୟ) ଭଳି ଓଡ଼ିଶାର ସୁମାନଧନ୍ୟ ବ୍ୟକ୍ତି ବିଶେଷଙ୍କର ପାଦ ଅନୁଷ୍ଠାନରେ ପଡିଛି ଏବଂ ସେମାନଙ୍କ ଆଦର୍ଶକୁ ପାଥେୟ କରି ଅନୁଷ୍ଠାନ ଅଗ୍ରଗତି କରୁଥିବା କହିଛନ୍ତି କର୍ତ୍ତୁପକ୍ଷ ।