ଥମୁନି ଦାଦନର ଦୁଃଖ କାହାଣୀ: କଳାହାଣ୍ଡି ଜୟପାଟଣାରେ ପୁଣି ଦାଦନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

126

କନକ ବ୍ୟୁରୋ: ଥମୁନି ଦାଦନ ଦୁଃଖ । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢୁଛି ଦାଦନଙ୍କ ଦୁଃଖ କାହାଣୀ । ପେଟ ପାଟଣା ପାଇଁ ବହୁ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ଏବେ ପୁଣି ୨ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । କାଦୋଗୁଡାର ଜଣେ ଦାଦନଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ଅନ୍ୟ ଜଣଙ୍କ ପରିବାରକୁ ନ ଜଣାଇ ଶବ ବ୍ୟବଚ୍ଛେଦ ନକରି ସତ୍କାର କରିଦେଲା କମ୍ପାନି । ଜୟପାଟଣା ବତାସୀଗୁଡା ଗାଁର ଉପେନ୍ଦ୍ର ପାତ୍ର ବିଜୟୱାଡାରେ କାମ କରିବାକୁ ଯାଇଥିଲେ । ହେଲେ ସେଠାରୁ ଘରେ ପହଂଚିଥିଲା ମୃତ୍ୟୁ ଖବର । ସବୁଠାରୁ ଦୁଃଖର କଥା ତାଙ୍କର ଶେଷକୃତ୍ୟ କରି ଭିଡିଓ ପଠାଇ ଦିଆଗଲା। ତେବେ କାହିଁକି ବ୍ୟବଚ୍ଛେଦ କରାଗଲାନି ଓ କିଏ ଶେଷକୃତ୍ୟ କଲା ପ୍ରଶ୍ନ ଉଠିଥିବା ବେଳେ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ।

ଜୟପାଟଣର କେବଳ ଏହି ଦୁଇ ଦାଦନ ନୁହନ୍ତି ଅନେକ ଗରିବ ଲୋକ ଦୁଇ ପଇସା ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏବଂ ସେଠାରେ ଅନେକ ଶ୍ରମିକ ନିର୍ଯାତନାର ଶିକାର ହେଉଛନ୍ତି । ପ୍ରତିଥର ଏହି ଦାଦନ ସମସ୍ୟା ଦୂର କରିବାକୁ ସଚେତନ ସହ ସ୍ଥାନୀୟ ଅଞ୍ଚଳରେ ଭଲ ରୋଜଗାର ଯୋଗାଇଦିଆଗଲେ ଦାଦନ ଯନ୍ତ୍ରଣାରୁ ବହୁ ପରିବାର ବର୍ତିଯାଇପାରନ୍ତେ । ଦାଦନଙ୍କ ଯନ୍ତ୍ରଣାର କାହାଣୀ ଥମୁନଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇ କିଛି ନିଷ୍କର୍ସ ବାହାରିବା ଜରୁରୀ ହୋଇପଡିଛି ।