ଓଡିଶା ସୀମାରେ ବାରମ୍ବାର ପଡୋଶୀ ରାଜ୍ୟର ଦାଦାଗିରି। ନନ୍ଦପୁର ବ୍ଲକର ସୀମାନ୍ତ ଗାଁରେ ଜମି ପଟା ବାଣ୍ଟିଲା ଆନ୍ଧ୍ର ପ୍ରଶାସନ

ଓଡିଶା ସୀମାରେ ବାରମ୍ବାର ପଡୋଶୀ ରାଜ୍ୟର ଦାଦାଗିରି। ନନ୍ଦପୁର ବ୍ଲକର ସୀମାନ୍ତ ଗାଁରେ ଜମି ପଟା ବାଣ୍ଟିଲା ଆନ୍ଧ୍ର ପ୍ରଶାସନ

କନକ ବ୍ୟୁରୋ : ଓଡ଼ିଶା ଜମିରେ ବାରମ୍ବାର ଦାଦାଗିରି କରୁଛି ପଡୋଶୀ ସରକାର । ସୀମାନ୍ତବର୍ତୀ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟର ଅଧିକାରୀ । ପୁଣି କୋରାପୁଟର ସୀମାନ୍ତବର୍ତୀ ଅଞ୍ଚଳରେ ଜମି ପଟା ବାଂଟୁଛି ଆନ୍ଧ୍ର ସରକାର । କୋଟିଆ, ନାରାୟଣପାଟଣା ପରେ ଏବେ ନନ୍ଦପୁର ବ୍ଲକର ସୀମାନ୍ତ ରାଇପାଡ଼ୁ ଗାଁ ଉପରେ ରହିଛି ଆନ୍ଧ୍ର ପ୍ରଶାସନର ନଜର । ଏଠାରେ ଓଡ଼ିଶାର ଜଙ୍ଗଲ ଜମି କିନ୍ତୁ ଆନ୍ଧ୍ର ବାଂଟୁଛି ପଟ୍ଟା । କେବଳ ପଟ୍ଟା ବାଂଟୁ ନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ତିଆରି କରୁଛି । ଗୋଟିଏ କି ୨ଟି ନୁହଁ ଏକା ସଙ୍ଗେ ୧୩ଟି ଘର ତିଆରି କରୁଛି । ଏହି ଦୃଶ୍ୟଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକ୍‌ର ରାଇପାଡ଼ୁ ଗାଁରେ । ଜିଲ୍ଳା ପ୍ରଶାସନ ପଦକ୍ଷେପ ନନେଲେ ମାଟି ବଂଚାଅ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଉତ୍କଳ ସମ୍ମିଳନୀ ।

ସେପଟେ ଜମି ପଟା ବଂଟା ଖବର ପାଇଁ ଘଟଣାସ୍ଥଳରେ ପହଂଚି ଆନ୍ଧ୍ର କାମକୁ ବନ୍ଦ କରିଛନ୍ତି ସ୍ଥାନୀୟ ଅଧିକାରୀ । ନନ୍ଦପୁର ବ୍ଲକର ଦେଢ଼ କିମି ଭିତରକୁ ପଶି ଆସି ଓଡ଼ିଶା ଜମିରେ ନିଜର ପଟ୍ଟା ବାଂଟିଛନ୍ତି ଆନ୍ଧ୍ର ଅଧିକାରୀ । କୋଟିଆ ବିବାଦ ନତୁଟୁଣୁ ଆଉ ଏକ ବିବାଦ ଛିଡ଼ା କରିଛି ପଡୋଶୀ ରାଜ୍ୟ । ଏହି ଗାଁର ୧୩ଟି ପରିବାରକୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଛି । କେବଳ ପଟ୍ଟା ବାଣ୍ଟୁନି, ତେଲୁଗୁ ଫଳକ ମଧ୍ୟ ଲଗାଇଛି, ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପାସବୁକ ମଧ୍ୟ ବାଣ୍ଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ଚାଲିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାର  କାମକୁ ବନ୍ଦ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe