ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଦାଦାଗିରି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲିକୁ ରୋକି ଅଶ୍ଲୀଳ ଭାଷାରେ ଗାଳିଗୁଲଜ ।

Advertisment
ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଦାଦାଗିରି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲିକୁ ରୋକି ଅଶ୍ଲୀଳ ଭାଷାରେ ଗାଳିଗୁଲଜ ।

କନକ ବ୍ୟୁରୋ: ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଦାଦାଗିରି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲିକୁ ଅଶ୍ଳୀଳ ଭାଷାରେ କଲେ ଗାଳିଗୁଲଜ । ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତର କଣ୍ଟାରୋହି ଛକରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ସ୍ୱାଧୀନ ବିଧାୟକ ପ୍ରାର୍ଥଈ ସୌମ୍ୟରଞ୍ଜନ ପଟ୍ଟନାୟକ ରାଲି କରୁଥିବା ସମରେ ବିଚ୍ ରାସ୍ତାରେ ଖୁଲମ୍ ଖୁଲା ଗୁଣ୍ଡାଗର୍ଦ୍ଦି କରିଛନ୍ତି ବଦ୍ରିଙ୍କ ସମର୍ଥକ । ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡି ସାମ୍ନାରେ ରାସ୍ତା ରୋକ କରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ତା ସହିତ ବିଜେଡି ପତାକା ଉଡେଇ ନାରାବାଜି କରିବା ସହ ସୌମ୍ୟଙ୍କ ସମର୍ଥକଙ୍କୁ ଡରେଇବାକୁ ଉଦ୍ୟମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe