କନକ ବ୍ୟୁରୋ : ବାପା ନେଇ ଯାଉଛନ୍ତି ମଧ୍ୟାହ୍ନ ଭୋଜନ ଟଙ୍କା ଆଉ ଚାଉଳ । ଜିଲ୍ଲାପାଳଙ୍କ ନିକଟରେ ନାବାଳିକା ଛାତ୍ରୀର ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଦେଖିବାକୁ ମିଳିଛି ଏହି ଘଟଣା । ମଧ୍ୟାହ୍ନ ଭୋଜନ ଟଙ୍କା ଆଉ ଚାଉଳକୁ ବାପା ଓ ସାବତ ମା ନେଇ ଯାଉଥିବା ଅଭିଯୋଗ କରିଛି ୧୧ ବର୍ଷିୟା ନାବାଳିକା । ଏହା ସହ ଜିଲ୍ଲାପାଳଙ୍କୁ ଭେଟି ସେ ନ୍ୟାୟ ମାଗିଛି ।
ଝିଅଟି ଗତ ସପ୍ତାହରେ ଆସି ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରେ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁସାରେ ମାର୍ଶାଘାଇ ବ୍ଲକ ଦୁମୁକା ଗାଁର ରମେଶ ସେଠୀଙ୍କ ଝିଅ ଦୁମୁକା ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼େ । ୩ ବର୍ଷ ତଳେ ତାଙ୍କ ମାଙ୍କ ମୃତ୍ୟୁ ପରେ ପିତା ଦ୍ୱିତୀୟ ବିବାହ କରିଛନ୍ତି ।
ହେଲେ ସାବତା ମାଙ୍କ ଅବହେଳା ପରେ ବଡ଼ ବାପାଙ୍କ ପାଖରେ ରହି ପାଠ ପଢ଼ୁଥିଲେ ନାବାଳିକା । ହେଲେ କୋଭିଡ଼ ସମୟରେ ସ୍କୁଲ ବନ୍ଦ କାରଣରୁ ମଧ୍ୟାହ୍ନ ଭୋଜନ ବାବଦକୁ ଯେଉଁ ଚାଉଳ, ଟଙ୍କା ଦିଆଯାଉଥିଲା ତାହାକୁ ବାପା ନେଇ ଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି ଝିଅ ।