କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା : ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି

Advertisment
କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା : ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି

କନକ ବ୍ୟୁରୋ : କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା । ରାଜଧାନୀ ରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ଛୁରା ମାଡ ହେବା ଭଳି ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ହୋଇଛି ସଶସ୍ତ୍ର ଡକାୟତି । ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଲୁଟ୍ ଉଦ୍ଦେଶ୍ୟରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତମାନେ ଘରେ ପଶିଥିଲେ ।

ହେଲେ ଘରେ ଲୁଟେରା ପଶିଥିବା ନେଇ ପରିବାର ଲୋକେ ଫୋନ ଯୋଗେ ଗାଁର କୌଣସି ଜଣେ ବ୍ୟକ୍ତିଙ୍କୁ ଜଣାଇ ଦେଇଥିଲେ । ଗାଁ ଲୋକ ଏକାଠି ହୋଇ ହୋହାଲ୍ଲା କରିବାରୁ ଲୁଟେରା ଗୁଳିମାଡ ଓ ଛୁରାମାଡ କରି ଫେରାର ହୋଇଯାଇଛନ୍ତି । ଏହି ଘଟଣାରେ ମୋଟ ୬ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe