କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଥାନା ବାବୁ । ୫ ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ଭାବେ କାର୍ଯ୍ୟରତ ସୀମାଂଚଳ ମହାରଣା । ଏକ ଗଣ୍ଡଗୋଳ ମାମଲାରେ ଦଫା କୋହଳ କରିବା ପାଇଁ ପାପଡାହାଣ୍ଡି ବ୍ଲକ ରାଉଁଳିଗୁଡାର ମକରନ୍ଦ ଜାନୀଙ୍କୁ ଲାଂଚ ମାଗିଥିଲେ ଏଏସ୍ଆଇ । ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ମକରନ୍ଦ । ଯୋଜନା ଅନୁସାରେ ଆଜି ଟଙ୍କା ଦେବା ବେଳେ ପୁଲିସ ତାଙ୍କୁ ଧରିଛି । ମାଲକାନଗିରି, ଜୟପୁର ଓ ନବରଙ୍ଗପୁରର ୩ଟି ଭିଜିଲାନ୍ସ ଟିମ୍ ଏହି ଚଢାଉ କରି ଏଏସଆଇଙ୍କୁ ଧରିଛନ୍ତି । ନବରଙ୍ଗପୁର ସ୍ଥିତ କାର୍ଯ୍ୟାଳୟରେ ପୁଲିସ ବାବୁଙ୍କୁ ପଚରାଉଚରା କରାଯାଉଛି ।