କନକ ବ୍ୟୁରୋ : ବିଧାୟକ ହେବ ତ ଏମିତି । ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ, ସମ୍ମାନିତ କଲେ । କୋଟି କୋଟି ରାଜ୍ୟବାସୀଙ୍କ ମନ ଜିଣିନେଲେ ମନୋହର । ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କଥା । ଯେଉଁଠି ଅନେକ ନେତା ଏସି ଘରୁ, ଦାମୀ କାର ଭିତରୁ ଗୋଡ କାଢିନଥାନ୍ତି, ସେଠାରେ ମନୋହରଙ୍କ ମହାନତାକୁ ନେଇ ନେତା, ଜନତା, ପ୍ରଶାସନିକ ଅଧିକାରୀ ସମସ୍ତେ ତାଙ୍କୁ ପ୍ରଂଶସା କରୁଛନ୍ତି ।

Advertisment

publive-imageଆଜି ଡାବୁଗାଁରେ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ପାଇଁ ଏକ ସଚେତନ ରାଲିର ଆୟୋଜନ ହୋଇଥିଲା । ଆଜି ଡାବୁଗାଁ ଭୈରବ ମହାବିଦ୍ୟାଳୟରୁ ମଶାଲ ଲଗାଇ ଏକ ସଚେତନ ରାଲି ବାହାରିଥିଲା । ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ଭୈରବ ମହାବିଦ୍ୟାଳୟରୁ ଡାବୁଗାଁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲେ । ଏହାପରେ ବସଷ୍ଟାଣ୍ଡ ପରିସରକୁ ସଫାଇ କରାଯାଇଥିଲା । ଏହି ଅବସରରେ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଝାଡ଼ୁଦାର ତୁଳସା ଭତରା, ସୁନାମଣି ନାୟକ, ଯୁଗ ସିକ୍ରି ଓ ଦିଲୀପ ହରିଜନଙ୍କୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସମ୍ମାନିତ କରିଥିଲେ ।

publive-imageସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମର ଡାବୁଗାଁରେ ଆୟୋଜନ କରାଯାଇଛି । ସଂପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଢ଼ିବା ଉଦ୍ଦେଶ୍ୟ ନେଇ ଏହି ଅଭିଯାନ ଚାଲିଛି । ତେବେ ଏହି କାମରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କର ପରିବେଶ ପ୍ରତି ଥିବା ଅବଦାନକୁ ବିଧାୟକ ମନୋହର ରନ୍ଧାରୀ ଗୁରୁତ୍ୱପୂର୍ଣ୍ଣ ମନେକରିଛନ୍ତି । ସେଥିପାଇଁ ସେ ସଫେଇ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଦଧୋଇ ସମ୍ମାନିତ କରିଛନ୍ତି । ତେବେ ବିଧାୟକଙ୍କ ଏଭଳି ମହତକାମକୁ ନେଇ ଏବେ ସବୁଠି ପ୍ରଂଶସା କରାଯାଉଥିବା ବେଳେ ସମସ୍ତଙ୍କ ମନ ଜିଣିନେଇଛନ୍ତି ମନୋହର । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଧାୟକ ହେବ ତ ଏମିତି ।