ଦବଙ୍ଗ ଗାର୍ଲଙ୍କ ଆଶିକ ହେବେ ଆଦିତ୍ୟ ! ପ୍ରଥମଥର ପାଇଁ ନଜର ଆସିବେ ଏହି ଦୁଇଯୋଡି ।  

Advertisment
ଦବଙ୍ଗ ଗାର୍ଲଙ୍କ ଆଶିକ ହେବେ ଆଦିତ୍ୟ ! ପ୍ରଥମଥର ପାଇଁ ନଜର ଆସିବେ ଏହି ଦୁଇଯୋଡି ।  

image courtesy : Hindustan Times

ନିର୍ଦ୍ଦେଶକ ମୋହିତ ସୁରୀ ଏବେ ଆଉ ଏକ ଫିଲ୍ମ ତିଆରି କରୁଛନ୍ତି। ଏହା ଆଗାମୀ ମାସରେ ଫ୍ଲୋରକୁ ଯିବ ବୋଲି ଜଣାଯାଇଛି। ‘ଆଶିକୀ-ଟୁ’ ଓ ‘ଏକ ଭିଲେନ’ ଭଳି ବେଶ କେତୋଟି ହିଟ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ମୋହିତ ସୁରୀ ଖୁବଶୀଘ୍ର ‘ଆଶିକୀ-ଥ୍ରି’ର ନିର୍ମାଣ କରିବେ ବୋଲି ସୂଚନା ମିଳୁଥିଲା। ହେଲେ ଏବେ ଖବର ମିଳିଛି ଯେ, ସେ ତା’ଆଗରୁ ଏକ ଥ୍ରିଲର୍ ତିଆରି କରୁଛନ୍ତି। ଏହି ଫିଲ୍ମର ଟାଇଟଲ ସ୍ଥିରୀକୃତ ହୋଇ ନ ଥିଲେ ହେଁ ଏଥିରେ ଆଦିତ୍ୟ ରାୟ କପୁର ହିରୋ ହେବେ ବୋଲି ଜଣାଯାଇଛି।

publive-imageଏହି ଥ୍ରିଲର ଫିଲ୍ମରେ ନିର୍ଦ୍ଦେଶକ ମୋହିତ ସୁରୀ ଜଣେ ୟଙ୍ଗ ହିରୋଇନ ନେବାକୁ ଚାହାଁନ୍ତି। ଏଥିପାଇଁ ସେ ପ୍ରଥମେ ହିରୋପନ୍ଥି, ଦିଲ୍ଓ୍ଵାଲେ ଓ ବରେଲି କି ବର୍ଫି ଭଳି ଫିଲ୍ମରେ କାମ କରିଥିବା କ୍ରିତି ସାନନଙ୍କୁ ଅଫର ଦେଇଥିଲେ। କିନ୍ତୁ ଏଥିରେ କାମ କରିବାକୁ ମନା କରିଛନ୍ତି କ୍ରିତି। କୁହାଯାଉଛି ଯେ, କ୍ରିତି ସାନନ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅପୋଜିଟରେ ସାଜିଦ ଖାନଙ୍କ ଅପକମିଂ ଫିଲ୍ମ ‘ହାଉସଫୁଲ-୪’ରେ କାମ କରୁଥିବା ହେତୁ ମୋହିତଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ନିର୍ଦ୍ଦେଶକ ମୋହିତ ସୁରୀ ସେହି ଭୂମିକା ଲାଗି ହଟ ହିରୋଇନ ଦିଶା ପଟାନିଙ୍କୁ ଆପ୍ରୋଚ କରିଥିଲେ। ଦିଶା ବି ମୋହିତଙ୍କୁ ନିରାଶ କରିଥିବା ଜଣାଯାଇଛି। ଶୁଣିବାକୁ ମିଳୁଛି ଯେ, ଦିଶା ଏବେ ବିଗ ବଜେଟ ସାଉଥ୍ ଫିଲ୍ମ ‘ସଂଘମିତ୍ରା’ରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିରେ ସେ ଜଣେ ରାଜକୁମାରୀ ଭୂମିକା ନିଭାଇବେ। ଅପରପକ୍ଷରେ ସେ ଏକ ବିଗ ବଜେଟ ଓ ବଡ଼ ବ୍ୟାନରର ଫିଲ୍ମ ସାଇନ କରିବାକୁ ଚାହୁଁଥିବା ହେତୁ ମୋହିତଙ୍କ ସିନେମାକୁ ‘ନା’ କରିଥିବା କୁହାଯାଉଛି। ହେଲେ ଏବେ ଏଥିରେ ଆଦିତ୍ୟ ରାୟ କପୁରଙ୍କ ବିପକ୍ଷରେ ସାନ୍ୟା ମାଲହୋତ୍ରାଙ୍କୁ ସାଇନ କରାଯାଇଥିବା ଜଣାଯାଇଛି। ଏଥିରେ ଆଉ ଜଣେ ନବାଗତଙ୍କୁ ହିରୋଭାବେ କାଷ୍ଟ କରାଯିବ ବୋଲି ଜଣାଯାଇଛି । ସାନ୍ୟା ପୂର୍ବରୁ ଦଙ୍ଗଲ ଫିଲ୍ମରେ ନିଜ ଅଭିନୟର ପରାକାଷ୍ଠା ଦେଖାଇ ସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe