କନକ ବ୍ୟୁରୋ: କେନ୍ଦ୍ର ସରକାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ଲାଗୁ କରାଯାଇଛି । ଏଡାସହ ପଞ୍ଚଞ୍ଚମ ବେତନ ଆୟୋଗ ଅଧିନରେ ଦରମା ପାଉଥିବା କର୍ମଚାରୀଙ୍କ ଡିଏକୁ ୧୫ ପ୍ରତିଶତରୁ ବଢାଇ ଦିଆଯାଇଛି । ଏହି ଦରମା ମଧ୍ୟ ଜୁଲାଇ ୧ ତାରିଖରୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଜଣେ କର୍ମଚାରୀଙ୍କ ମୌଳିକ ଦରମା (ବେସିକ୍ ପେ’) ଆଧାରରେ ମହଙ୍ଗା ଭତ୍ତା ସ୍ଥିର କରାଯାଏ । ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମୌଳିକ ଦରମା ମାସିକ ୪୩,୦୦୦ ଟଙ୍କା ହୁଏ, ତେବେ ତାଙ୍କୁ ପୁରୁଣା ଡିଏ (୨୦୩ ପ୍ରତିଶତ) ଅଧୀନରେ ୮୭,୨୯୦ ଟଙ୍କା ମିଳିବ। ଏଥିସହିତ ଡିଏ ୨୧୨ ପ୍ରତିଶତ ହେବା ପରେ ଏହା ୯୧,୧୬୦ ଟଙ୍କାକୁ ବୃଦ୍ଧି ପାଇବ। ଏହା ଦ୍ୱାରା ସେମାନଙ୍କ ଦରମା ପ୍ରାୟ ୩୮୦୦ ଟଙ୍କା ବୃଦ୍ଧି ପାଇବ । ଖର୍ଚ୍ଚ ବିଭାଗ (ଡିଓଆଇ) ଅକ୍ଟୋବର ୧୨ ରେ ଏକ ସ୍ମାରକପତ୍ର ଜାରି କରି ଡିଏ ବୃଦ୍ଧି ବିଷୟରେ ସୂଚନା ଦେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/4-19.jpg)