ଡି-ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ ଖାନ ଗଲେ ଚୌଦ୍ୱାର ଜେଲ୍

32

ଡି-ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ ଖାନ ଚୌଦ୍ୱାର ଜେଲ୍ ଯାଇଛି । ଏସ୍ଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଜେଲକୁ ପଠାଇଦିଆଯାଇଛି । ସେପଟେ ଆରିଫକୁ ରିମାଣ୍ଡରେ ନେବାପାଇଁ ପୁଲିସ କୋର୍ଟରେ ଆବେଦନ କରିନଥିବା ଜଣାପଡିଛି । ଆଜି ୬ ଦିନିଆ ରିମାଣ୍ଡ ଅବଧି ଶେଷ ହେବାପରେ ଆରିଫକୁ କୋର୍ଟରେ ହାଜର କରାଯାଇଥିଲା । ଦୀପୁ, ଓମ୍ ସହ ଫାରୁକ୍ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ଜେରା ପାଇଁ ଚାଉଳିଆଗଂଜ୍ ପୁଲିସ ତାକୁ ରିମାଣ୍ଡରେ ନେଇଥିଲା । ଏହି ସମୟରେ ଦୀପୁ ଓ ଓମ୍ କୁ ହତ୍ୟା କରାଯାଇଥିବା ଆଠଗଡ ଫାର୍ମ ହାଉସକୁ ଆରିଫ କୁ  ନେଇ ପୁଲିସ ତଦନ୍ତ କରିଥିଲା । ଯେଉଁଥିରୁ ପୁଲିସକୁ ଅନେକ ତଥ୍ୟ ହସ୍ତଗତ ହୋଇଛି । ଆରିଫ କୁ ଗତ ୧୪ ତାରିଖରେ ତାମିଲନାଡୁର ମଦୁରାଇ ଅଂଚଳରୁ ଗିରଫ କରାଯାଇଥିଲା ।