ଧଳସାମନ୍ତ ବ୍ରଦର୍ସଙ୍କ କଳା ସାମ୍ରାଜ୍ୟକୂୁ ପୁରା ମାଟିରେ ମିଶାଇବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୁଲିସ । ଗୋଟିଏ ପରେ ଗୋଟିଏ କ୍ରାଇମ ଫାଇଲ ଖୋଲି ଡିବ୍ରଦର୍ସଙ୍କ ସହଯୋଗୀଙ୍କ ଘରେ ଘନ ଘନ ଚଢାଉ ତ କେତେବେଳେ ଅଭିଯୁକ୍ତଙ୍କୁ ଜେରା କରୁଛି ପୁଲିସ । ଏବେ ବାଲିଘାଟ ଲିଜ ମାମଲାକୁ ନେଇ ତତ୍ପର ହୋଇଉଠିଛି ପୁଲିସ । ବାଲିଘାଟ ନିଲାମିରେ ସାମିଲ ହୋଇଥିବା ୧୩ ଜଣଙ୍କୁ କମିଶନରେଟ ପୁଲିସ ପାଖରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ଏମାନେ ନିଲାମିରେ ସାମିଲ ଥିଲେ । ଏହି ୧୩ ଜଣଙ୍କ ମଧ୍ୟରୁ ୫ ଜଣ ରାଜ୍ୟ ବାହାରର ବୋଲି ସୂଚନା ମିଳିଛି ।
ଡି-ବ୍ରଦର୍ସ ସାମ୍ରାଜ୍ୟକୁ ମୂଳପୋଛ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ
/kanak/media/post_attachments/wp-content/uploads/2016/04/vlcsnap-2016-04-09-12h08m33s168.png)