ଲୋକଙ୍କ ସେବା କରିବାକୁ ବନ୍ଧୁକ ଛାଡିଥିଲେ ମାଓନେତ୍ରୀ । କରୋନା କାଳରେ ଲୋକଙ୍କ ସେବାରେ ତେଲେଙ୍ଗାନାର ଡି. ଅନୁସୟା

291

କନକ ବ୍ୟୁରୋ: ବୁଲେଟ ଛାଡି ବାଲଟର ଆଶ୍ରୟ ନେଇଥିଲେ । ଆଉ ବାଲଟ ପେପର ବଳରେ ବନିଗଲେ ବିଧାୟିକା । ଆମେ କହୁଛୁ ଏମିତି ଜଣେ ମାଓନେତ୍ରୀଙ୍କ କଥା ଯିଏ ମାତ୍ର ୧୬ ବର୍ଷ ବୟସରେ ବନ୍ଧୁକ ଧରିଥିଲେ , କିନ୍ତୁ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ତେଲେଙ୍ଗାନାର କଂଗ୍ରେସ ବିଧାୟକା ଦାନସୁରୀ ଅନୁସୟା ଓରଫ ଶିତାକ୍କା । ମାଓବାଦୀ ସଙ୍ଗଠନରେ ସାମିଲ ହେବାର ୧୭ ବର୍ଷ ପରେ ୨୦୦୪ ମସିହାରେ ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ଆଉ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ଆନ୍ଧ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏବେ ୨୦୧୮ ମସିହାରେ ତେଲେଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଡି. ଅନୁସୟା ଆଉ କରୋନା କାଳରେ ନିଜ ମୁଣ୍ଡରେ ବୋଝ ଉଠାଇ ଅପହଂଚ ଇଲାକାରେ ଲୋକଙ୍କୁ ରାସନ ବାଣ୍ଟୁଛନ୍ତି ଏହି ବିଧାୟିକା । ଏପରିକି କରୋନା କାଳରେ ଦେବଦୂତ ସାଜି ଗାଁକୁ ଗାଁ ଯାଇ ନିଜେ ଅକ୍ସିମିଟର ଧରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଖାଇବା ପିଇବା ବି ଯୋଗାଇ ଦେଉଛନ୍ତି ।