କନକ ବ୍ୟୁରୋ: ଫୋନିକୁ ଆଜି ୧୫ ଦିନ । ଗତ ୩ ତାରିଖ ଶୁକ୍ରବାର ଦିନ ଓଡିଶା ଉପକୂଳରେ ଉଗ୍ର ହୋଇଥିଲା ସାମୁଦ୍ରକ ଝଡ ଫୋନି । କେଇ ଘଂଟାର ଝତ ତୋଫାନରେ ବଦଳି ଯାଇଛି ଖୋର୍ଦ୍ଧା ଜଟଣୀର ଚିତ୍ର । ବସ୍ତି ବାସିନ୍ଦାଙ୍କୁ ବାସହରା କରିବା ସହ ପୁଣି ସେମାନଙ୍କୁ ଆନ୍ଧାର ଭିତରକୁ ଠେଲି ଦେଇଛି ଝଡ ।
ଫୋନିକୁ ଆଜି ୧୫ ଦିନ । ଏହାରି ଭିତରେ ୧୪ଟି ରାତି ଅତିକ୍ରମ କରିସାରିଲେଣି ଫୋନି ପୀଡିତ । ଜଟଣୀର ବସ୍ତିରେ ଅତି ବିପଦପୂର୍ଣ୍ଣ ଭାବେ କଟୁଛି ବସ୍ତି ବାସିନ୍ଦା ରାତି । ଛୁଆ ପିଲାଙ୍କୁ ଧରି ଘରର ବୟସ୍କ ଲୋକ ରାସ୍ତା ଉପରେ ରାତି କାଟୁଛନ୍ତି । ଆଉ ବିଜୁଳି ନଥିବାରୁ ଅନ୍ଧାର ଦୂର କରୁଛି ଡିବି ଓ ଲଣ୍ଠନ୍ ଆଲୁଅ । ୧୮ଶହ ମସିହାର ଫିଲ୍ମ ଭଳି ଦେଖାଯାଉଥିବା ଏ ରାତି ହେଉଛି ଖୋର୍ଦ୍ଧ ଜିଲ୍ଲା ଜଟଣୀର ।
ବାତ୍ୟା ପରେ ବିଗିଡି ଯାଇଥିବା ସହରାଂଚଳର ସ୍ଥିତି ତ ଅଳ୍ପେ ବହୁତେ ସୁଧୁରି ଯାଇଛି । ହେଲେ ଖୋର୍ଦ୍ଧା ଜଟଣୀ ବସ୍ତି ଅଂଚଳର ଲୋକ ଆଜି ବି ଅନ୍ଧାରରେ ଭୟ ଓ ଆତଙ୍କରେ ରାତି କାଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/JATANI.jpg)
/kanak/media/post_attachments/wp-content/uploads/2019/05/Capture-11-300x172.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-17-at-4.52.39-PM-300x226.png)