ବଙ୍ଗୋପସାଗରରେ ବାତ୍ୟାର ରୁପ ନେଲା ଗଭୀର ଅବପାତ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ‘ବୁଲବୁଲ୍’ : ଆସନ୍ତା ୨୪ ଘଂଟାରେ ହେବ ସିଭିୟର ସାଇକ୍ଲୋନ ଷ୍ଟର୍ମ

1,814

କନକ ବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୁପ ନେଇଛି । ଆସନ୍ତା ୨୪ ଘଂଟା ଭିତରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୁପ ନେବ । ସାମୁଦ୍ରିକ ବାତ୍ୟା ବୁଲବୁଲ ଏବେ ବାଂଲାଦେଶ ମୁହାଁ ହେଉଛି । ଘଂଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି ବୁଲବୁଲ । ଏହାର ପ୍ରଭାବରେ ଆସନ୍ତା ଓଡିଶାର କେତକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାତ୍ୟା କିମ୍ବା ପ୍ରବଳ ବର୍ଷା ହେବାର ସମ୍ଭାବନା ଓଡିଶାରେ ନାହିଁ ବୋଲି ସୂଚନା ଦେଇ ପାଣିପାଗ ବିଭାଗ । ପାରାଦୀପ ଠାରୁ ୭୭୦ କିଲୋମିଟରରେ ଦୂରରେ ଗଭୀର ଅବପାତ ଘନୀଭୁତ ହୋଇଛି । ସେହିପରି ଆଣ୍ଡାମାନର ମାୟା ବନ୍ଦରର ଦକ୍ଷିଣ -ପଶ୍ଚିମ ଦିଗରେ ୪ କିଲୋମିଟର ଦୂରରେ ରହିଛି ।

ପଶ୍ଚିମବଙ୍ଗର ସାଗର ଦୀପାଂଚଳ ଠାରୁ ବୁଲବୁଲ ୮୫୦ କିମି ଓ ବାଂଲାଦେଶର ଖେପୁପାରା ଠାରୁ ୯୧୦କିମି ଦୂରରେ ରହିଛି । ଆସନ୍ତାକାଲି ସଂଧ୍ୟାରୁ ଓଡିଶା ଉପକୂଳରେ ପାଗ ମେଘୁଆ ରହିବ ଓ ସ୍ଥାନେ ସ୍ଥାନେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ତେବେ ବାତ୍ୟା କେଉଁଠି ମାଡ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ଏହାର ପ୍ରଭାବରେ ୧୦ ଓ ୧୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିବ । ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଣ ବିଭାଗ ସୂଚନା ଦେଇଛି । ଏହି ସମୟରେ ଆଣ୍ଡାମାନ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।